
ଝାଡ଼ଖଣ୍ଡର ହଜାରୀବାଗରେ ବସ୍ ଦୁର୍ଘଟଣା, ୭ ମୃତ
ଝାଡ଼ଖଣ୍ଡ: ଝାଡଖଣ୍ଡର ହଜାରୀବାଗସ୍ଥିତ ଟାଟୀଝୋରିୟା ଥାନା କ୍ଷେତ୍ରର ଶିିବାନୀ ନଦୀ ପୋଲ ପାଖରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ହୋଇଛନ୍ତି । ବସରେ ପାଖାପାଖି ୬୦ଜଣ ଯାତ୍ରୀ ଥିଲେ । ଉକ୍ତ ବସଟି ଗିରିଡ଼ିହରୁ ରାଞ୍ଚି ଯାଉଥିବା ଜଣାପଡ଼ିଛି ।
ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ବ୍ୟକ୍ତ କରିଛନ୍ତି । ଏଥିସହିତ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ।