ମଙ୍କିପକ୍ସକୁ ନେଇ ଆସିଲା କଟକଣା: ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଭୟାବହତା ମଧ୍ୟରେ ମଙ୍କିପକ୍ସ ଚିନ୍ତାକୁ ଆହୁରି ବଢାଇ ଦେଇଛି । ପୃଥିବୀର ବିଭିନ୍ନ ଦେଶରେ ଏହି ଭାଇରସ ଆତଙ୍କ ଖେଳାଉଥିବା ବେଳେ ଏବେ ଏହା ଭାରତରେ ପାଦ ଥାପିଛି । କେରଳରୁ ଦେଶର ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ତେବେ ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । ବାହାର ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କଟକଣା ଜାରି ହୋଇଛି ।

କେରଳରେ ଚିହ୍ନଟ ମଙ୍କିପକ୍ସ ସଂକ୍ରମିତ ୟୁଏଇରୁ ଫେରିଥିବା ଜଣାପଡିଥିଲା । ତେବେ ତାଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ତେଣୁ ଅନ୍ୟ ଦେଶରୁ ଆସୁଥିବା ପ୍ରବାସୀମାନଙ୍କ କଠୋରତା ଦେଖାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କେନ୍ଦ୍ର ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଏହି ଗାଇଡଲାଇନ:

• ମଙ୍କିପକ୍ସ ସଂକ୍ରମିତଙ୍କୁ ୨୧ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖାଯିବା ସହ ସେମାନଙ୍କୁ ନଜର ରଖାଯିବ ।

• ସନ୍ଦିଗ୍ଧ କେସ ଆସିଲେ ସାମ୍ପଲ ଯାଞ୍ଚ ପାଇଁ ପୁଣେର ନେସନାଲ ଇନଷ୍ଟିଚ୍ୟୁଟ ଅଫ ବାୟରୋଲୋଜି ପଠାଯିବ ।

• ଭାରତକୁ ଫେରୁଥିବା ସମସ୍ତ ପ୍ରବାସୀମାନଙ୍କୁ ଏହି ସଂକ୍ରମିତଙ୍କଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

• ଯାତ୍ରୀମାନଙ୍କୁ ମୃତ କିମ୍ବା ଜୀବିତ ଜଙ୍ଗଲୀ ଜନ୍ତୁମାନଙ୍କ ନିକଟରୁ ଦୂରେଇ ରହିବା ଆବଶ୍ୟକ ।

• ଆଫ୍ରିକାର ଜଙ୍ଗଲୀ ଜନ୍ତୁମାନଙ୍କଠାରୁ ନିର୍ମିତ ପ୍ରଡକ୍ଟ ଯଥା:- କ୍ରିମ, ଲୋସନ କିମ୍ବା ପାଉଡର ବ୍ୟବହାର ନ କରିବାକୁ ଆଦେଶ ଦେଇଛନ୍ତି ।

• ଅସୁସ୍ଥ ବ୍ୟକ୍ତିମାନଙ୍କ ଦ୍ୱାରା ଉପଯୋଗ ହେଉଥିବା ଦୂଷିତ ସାମଗ୍ରୀ ବ୍ୟବହାରରୁ ଦୂରେଇ ରହିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପୃଥିବୀର ବିଭିନ୍ନ ଦେଶରେ ମଙ୍କିପକ୍ସ ମାମଲା ଆସି ସାରିଥିବା ବେଳେ ଭାରତରେ ଗୋଟିଏ କେସ ଚିହ୍ନଟ ହୋଇଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ନିମ୍ନରୁ ମଧ୍ୟମ କାଟାଗୋରୀରେ ସାମିଲ କରିଛି । ତେବେ ଏହି ଭାଇରସ କେବଳ କମଜୋର ଇମ୍ୟନିଟି ଥିବା ବ୍ୟକ୍ତି ମାନଙ୍କୁ ଖୁବ ଶୀଘ୍ର ସଂକ୍ରମଣ କରିପାରେ ।

Related Articles

Back to top button