ଦିଲ୍ଲୀ-ମିରଟ ଏକ୍ସପ୍ରେସ୍ ୱେରେ ୨ ଓ ୩ ଚକିଆ ବାହନର ପ୍ରବେଶ ଉପରେ କଟକଣା

ନୂଆଦିଲ୍ଲୀ ୯।୮:  ରାଜଧାନୀ ଦିଲ୍ଲୀକୁ ଉତ୍ତରପ୍ରଦେଶ ମିରଟ ସହ ସଂଯୁକ୍ତ କରୁଥିବା ସଡ଼କ ଦିଲ୍ଲୀ-ମିରଟ ଏକ୍ସପ୍ରେସ୍ ୱେ ଉପରକୁ ଏବେ ୨ କି ୩ ଚକିଆ ଯାନ ଯାଇପାରିବେନି। ଯଦି ଭୁଲବସତଃ କେହି ଦୁଇ କି ୩ ଚକିଆ ବାହନ ନେଇ ଯାଏ ତେବେ ପୋଲିସ ମୋଟା ରକମର ଚାଲାଣ କାଟିବ। ଏକ୍ସପ୍ରେସ୍ ୱେରେ ଏପରି ବାହନଙ୍କ ଯାତାୟାତ ଉପରେ କଟକଣା ଲଗାଇ ଦେଇଛି। ଏହି ନୂଆ ବ୍ୟବସ୍ଥାରେ ମୋଟର ଭେଇକଲ ଆକ୍ଟର ୧ ଧାରା ଜାରି କରି ୧ ହଜାର ଟଙ୍କା ବଦଳେ ୨୦ ହଜାର ଟଙ୍କା ଜରିମନାର ବ୍ୟବସ୍ଥା ହୋଇଛି।

ଏହି ଏକ୍ସପ୍ରେସ ୱେରେ କୌଣସି ପ୍ରକାରର ବାହନ ଚଳାଚଳ ନେଇ କଟକଣା ନଥିଲା। ତେବେ ନିକଟରେ ହୋଇଥିବା ଦୁର୍ଘଟଣାକୁ ନଜରରେ ରଖି ଏପରି କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ରାସ୍ତା ଉପରକୁ ଦୁଇ ଓ ୩ ଚକିଆ ବାହନର ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଏପରି ଚାଲାଣର ବ୍ୟବସ୍ଥା ହୋଇଥିବା ଗାଜିଆବାଦ ପୋଲିସ କହିଛି। ରିପୋର୍ଟ ଅନୁସାରେ ଗତ ଶୁକ୍ରବାର ଓ ରବିବାର ସନ୍ଧ୍ୟାରେ ଟ୍ରାଫିକ ପୋଲିସ ନୋ ଏଣ୍ଟ୍ରି ଜୋନରେ ବାହନ ପ୍ରବେଶ ଲାଗି ୩୪୦ ଜାରି କରିବା ସହିତ ୧୬ ଅଟୋ ରିକ୍ସା ଜବତ କରିଛି।

Related Articles

Back to top button