ଚାଇନାରେ ନୂଆ ଭୂତାଣୁ ସଂକ୍ରମଣ, ୩୫ ଆକ୍ରାନ୍ତ

ବେଜିଂ: କରୋନା ସଙ୍କଟ ମଧ୍ୟରେ ଚାଇନାରେ ଏକ ନୂତନ ଭୂତାଣୁ ଚିହ୍ନଟ ହୋଇଛି। ତାଇୱାନର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ଅନୁଯାୟୀ ଚାଇନାରେ ଜୁନୋଟିକ ଲଙ୍ଗିଆ ଜୀବାଣୁ ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ୩୫ ଜଣ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଭୂତାଣୁ ସଂକ୍ରମଣକୁ ଚିହ୍ନଟ କରିବା ଏବଂ ତଦାରଖ କରିବା ପାଇଁ ନ୍ୟୁକ୍ଲିକ ଏସିଡ ପରୀକ୍ଷା ପଦ୍ଧତି ବ୍ୟବହୃତ ହେବ। ତାଇପେଇ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚାଇନାର ଶାଣ୍ଡୋଙ୍ଗ ଏବଂ ହେନାନ ପ୍ରଦେଶରେ ଲଙ୍ଗିଆ ଭୂତାଣୁ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଛି।

ତାଇୱାନର ସିଡିସିର ଡେପୁଟି ଡାଇରେକ୍ଟର ଜେନେରାଲ ଚୁଆଙ୍ଗ ଜେନ-ହିସିଆଙ୍ଗ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ଭୂତାଣୁରେ ମାନବଠାରୁ ମାନବ ସଂକ୍ରମଣର କୌଣସି ତଥ୍ୟ ମିଳି ନାହିଁ। ତଥାପି, ମଣିଷ ମଧ୍ୟରେ ଏହି ଜୀବାଣୁ ବ୍ୟାପିବାର ସମ୍ଭାବନା କେତେ ରହିଛି ତାହା ଅନୁସନ୍ଧାନ କରାଯାଉଛି। ସେ କହିଛନ୍ତି ଯେ ସିରୋଲୋଜିକାଲ ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇ ପ୍ରତିଶତ ଛେଳି ଏବଂ ପାଞ୍ଚ ପ୍ରତିଶତ କୁକୁରଙ୍କଠାରେ ଲଙ୍ଗିଆ ଭୂତାଣୁ ଚିହ୍ନଟ ହୋଇଛି।

Related Articles

Back to top button