ଅମରନାଥ ଗୁମ୍ଫା ନିକଟରେ ପୁଣି ଲଗାଣ ବର୍ଷା, ୪ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଗଲା

ଅମରନାଥ ଗୁମ୍ଫା ନିକଟରେ ପ୍ରବଳ ବର୍ଷା ହେତୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁମ୍ଫା ଚାରିପାଖରେ ଥିବା ପାହାଡ଼ରେ ବର୍ଷା ହେତୁ ସ୍ଥାନୀୟ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁରନ୍ତ ସତର୍କ ସୂଚନା ଜାରି କରାଯାଇ ଲୋକଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪,୦୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଅଞ୍ଚଳକୁ  ସ୍ଥାନାନ୍ତର କରାଯାଇଛି, ପରିସ୍ଥିତି ନିୟନ୍ତ୍ରଣରେ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିସହିତ ପବିତ୍ର ଗୁମ୍ଫା ମଧ୍ୟରେ ଥିବା ଅମରନାଥ ଯାତ୍ରା ଖରାପ ପାଗ ହେତୁ ସ୍ଥଗିତ ରଖାଯାଇଛି।

ଅଧିକାରୀଙ୍କ କହିବାନୁସାରେ, ପବିତ୍ର ଗୁମ୍ଫା ଶ୍ରୀକ୍ଷେତ୍ରର ଚତୁର୍ଦ୍ଦିଗରେ ପ୍ରବଳ ବର୍ଷା ହେଉଛି । ନିକଟସ୍ଥ ଏକ ଛୋଟ ନଦୀରେ ଜଳ ସ୍ତର ବଢ଼ିବାରେ ଲାଗିଛି ।  ଅଧିକାରୀ କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ତୀର୍ଥଯାତ୍ରୀମାନଙ୍କୁ କ୍ୟାମ୍ପ ଅଂଚଳରୁ ମଧ୍ୟ ବାହାରକୁ ସ୍ଥାନାନ୍ତରଣ କରାଯାଇଛି ।

Related Articles

Back to top button