ରାୟଗଡ଼ାରେ ହଇଜା ନେଲା ଆଉ ଗୋଟିଏ ଜୀବନ: ମୃତ୍ୟୁ ସଂଖ୍ୟା ହେଲା ୧୦

ରାୟଗଡ଼ା: ହଇଜା ପୁଣି ନେଲା ଆଉ ଗୋଟିଏ ଜୀବନ। ହଇଜାଜନିତ  ମୃତ୍ୟୁ ସଂଖ୍ୟା ପହଁଚିଲା ୧୦ରେ । ମୃତକ ହେଲେ ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜାରେ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ ଜଣେ ଆକ୍ରାନ୍ତଙ୍କ ପ୍ରାଣହାନିକୁ ନେଇ ପୁଣି ଭୟ ସୃଷ୍ଟି ହୋଇଛି ।  ଏବେ ମଧ୍ୟ ୩ଟି ଡାକ୍ତରଖାନାରେ କିଛି ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ କାଶିପୁର ବ୍ଲକର ୨୮ ପଞ୍ଚାୟତରୁ ୬ ପଞ୍ଚାୟତକୁ ବ୍ୟାପିଲାଣି ଏହି ମାରାତ୍ମକ ଭୂତାଣୁ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବ୍ୟାପୁଥିବା ବେଳେ ଗତ ଦୁଇଦିନରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ତେଣେ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ବୋଲି କୁହାଯାଉଛି ।  ସେମାନଙ୍କ ମଧ୍ୟରୁ ୪୭ ମେଡ଼ିକାଲରେ, ୪୧ ଜଣଙ୍କ ଚିକିତ୍ସା ଘରେ ଗ୍ରାମାଞ୍ଚଳ ମେଡ଼ିକାଲ୍ ଟିମ୍ ଦ୍ବାରା ଚାଲିଛି।

Related Articles

Back to top button