ଭାରତର ସୀମାନ୍ତ ଅଞ୍ଚଳ ଗୁଡିକରେ କଡା ନଜର ରଖିବ ହର୍ମିସ-୯୦୦

ଭାରତର ସୀମାନ୍ତ ଅଞ୍ଚଳ ଗୁଡିକରେ କଡା ନଜର ରଖିବ ହର୍ମିସ-୯୦୦ । ଏହାକୁ ଅତିଶୀଘ୍ର ଭାରତୀୟ ସେନାରେ ସାମିଲ କରାଯିବ । ଏହି ଡ୍ରୋନଟି ହେଉଛି ଏକ ସର୍ଭେଲାନ୍ସ ଡ୍ରୋନ । ପଞ୍ଜାବ ସ୍ଥିତ ଭାଟିଣ୍ଡା ପାଖରେ ଥିବା ସେନା ଘାଟି ପାଖରେ ଏହି ଡ୍ରୋନକୁ ଉଡାଯିବ । ଏହି ସ୍ଥାନରୁ ଡ୍ରୋନଟି ଭାରତ-ପାକିସ୍ତାନ ସୀମାର ମୁଖ୍ୟ ଅଞ୍ଚଳ ଉପରେ ନଜର ରଖିବ ।

ଏହି ଡ୍ରୋନର ଅନ୍ୟ ଏକ ନାମ ହେଉଛି ଦୃଷ୍ଟି-୧୦ । ଆସନ୍ତା ୧୮ ତାରିଖରେ ହାଇଦ୍ରାବାଦରେ ବରିଷ୍ଠ ସେନା ଅଧିକାରୀଙ୍କ ନେତୃତ୍ୱରେ ଦୃଷ୍ଟି-୧୦ ଡ୍ରୋନକୁ ସେନାରେ ସାମିଲ କରାଯିବ । ଏହି ଡ୍ରୋନଟି ଆଦାନୀ ଡିଫେନ୍ସ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଛି । ଆଦାନୀ ଡିଫେନ୍ସକୁ ପ୍ରାଥମିକ ପର୍ଯ୍ୟାୟରେ ଜରୁରୀକାଳୀନ ଭିତ୍ତିରେ ୨ଟି ଡ୍ରୋନ ତିଆରି ପାଇଁ ସେନା ପକ୍ଷରୁ ବରାଦ ଦିଆଯାଇଥିଲା । ସେଥିରେ ୬୦ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ମେକ ଇନ୍ ଇଣ୍ଡିଆ ଅଧୀନରେ ଏହାକୁ ନିର୍ମାଣ କରାଯାଇଥିଲା । ଦୃଷ୍ଟି-୧୦ ଡ୍ରୋନରେ ହୋଇଥିବା ଟେକ୍ନୋଲୋଜି ଇସ୍ରାଏଲର ଏକ ଏଲବ୍ଟ କମ୍ପାନୀଠାରୁ ଅଣାଯାଇଥିଲା । ଏନେଇ ଆଦାନୀ ଡିଫେନ୍ସ କମ୍ପାନୀ ଏଲବିଟ ସହ ଚୁକ୍ତିନାମା କରିଥିଲା । ବର୍ତ୍ତମାନ ହେରୋନ ମାର୍କ ୧ ଏବଂ ହେରୋନ ମାର୍କ ୨ ଡ୍ରୋନ ମାଧ୍ୟମରେ ଭାରତୀୟ ସେନା ସୀମାନ୍ତ ଅଞ୍ଚଳରେ ସମ୍ପୂର୍ଣ୍ଣ କଡା ନଜର ରଖିଛି ।

Related Articles

Back to top button