ଆସନ୍ତା ୨୦ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସିବେ ମୋଦୀ : ପୁରୀରେ କରିବେ ରୋଡ ଶୋ

ଆସନ୍ତା ୨୦ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର। ୨୦ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ପୁରୀରେ ବିଶାଳ ରୋଡ୍‌ ଶୋ କରିବେ। ଏହାପରେ କଟକ ଓ ଅନୁଗୁଳରେ ଆୟୋଜିତ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ୧୫ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଉରକେଲା, କଣ୍ଟାବାଞ୍ଜି ଓ ସୋରଡ଼ାରେ ଆୟୋଜିତ ହେବାକୁ ଥିବା ବିରାଟ ଜନସଭାରେ ଶାହ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ୧୭ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଓଡ଼ିଶା ଆସି ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁର ଗସ୍ତ କରି ମାରାଥନ୍‌ ପ୍ରଚାର କରିବେ ନଡ୍ଡା।

Related Articles

Back to top button