![](https://abhigam.com/wp-content/uploads/2024/04/Screenshot_2024-04-09-19-10-01-80_680d03679600f7af0b4c700c6b270fe7-719x470.jpg)
କେଜ୍ରିୱାଲଙ୍କ ଗିରଫ ଯଥାର୍ଥ ବୋଲି କହିଛନ୍ତି ମାନ୍ୟବର ଦିଲ୍ଲୀ କୋର୍ଟ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟ ଝଟକା । କେଜ୍ରିୱାଲଙ୍କ ଆବେଦନକୁ ଖାରଜ କଲେ କୋର୍ଟ । ଅପରପକ୍ଷେ କେଜ୍ରିୱାଲଙ୍କ ଗିରଫ ଯଥାର୍ଥ ବୋଲି କହିଛନ୍ତି ମାନ୍ୟବର ଦିଲ୍ଲୀ କୋର୍ଟ । ତେବେ କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ ବୋଲି କୁହାଯାଇପାରିବନି ମାନ୍ୟବର କୋର୍ଟ କହିଛନ୍ତି । ସୂଚନା ଥାଉକି, ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି । ତେବେ ତାଙ୍କୁ ବେଆଇନ ଭାବେ ଇଡି ଗିରଫ କରିଥିବା ସେ ଅଭଯୋଗ କରିଛନ୍ତି । ଇଡିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟକୁ ଯାଇଥିଲେ କେଜ୍ରିୱାଲ । କିନ୍ତୁ ହାଇକୋର୍ଟ ଯାଇ କୌଣସି ଆଶ୍ୱସ୍ତି ପାଇନାହାନ୍ତି କେଜ୍ରିୱାଲ ।