ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିଛି : ଆସନ୍ତା ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣି ଜାରି ହୋଇଛି

୧୧ ତାରିଖରୁ ବଢିବ ତାତି । ୧୩ ବେଳକୁ ଅସମ୍ଭାଳ ହୋଇପାରେ ଖରା । ବିଭିନ୍ନ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବ ପାରଦ । କିଛି ସ୍ଥାନରେ ଘଡଘଡ଼ି ସହ ବର୍ଷା ହେବା ସଂଭବାନା ରହିଛି। ସେପଟେ ଦୁଇ ଦିନ ହେଲା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିଛି।ଫଳରେ ରାଜ୍ୟରେ ପାଣିପାଗ ବଦଳିବା ସହ ତାତିରୁ ଆଶ୍ୱସ୍ତି ମିଳିଛି । ସ୍ୱାଭାବିକରୁ ତାପମାତ୍ରା ୫ରୁ ୭ ଡିଗ୍ରୀ କମ ରହିଛି । ଫଳରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ତଳେ ରହୁଥିବା ରେକର୍ଡ କରାଯାଇଛି । ଆଜି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ଆସନ୍ତା ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି । ତେବେ ଆହୁରି ଦୁଇରୁ ତିନି ପର୍ୟ୍ୟାନ୍ତ ରାଜ୍ୟରେ ଏହିଭଳି ପାଗ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଜି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Related Articles

Back to top button