କର୍ଣ୍ଣାଟକରେ ଲାଗୁ ହେବ ଯୋଗୀ ଆଦିତ୍ୟନାଥଙ୍କ ମଡେଲ!

ବେଙ୍ଗାଲୁରୁ: ବିଜେପିର ଜଣେ ଯୁବ ନେତାଙ୍କ ହତ୍ୟା ଘଟଣାକୁ ନେଇ ଚାପରେ ଅଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ। କର୍ଣ୍ଣାଟକରେ ବିଜେପି ଶାସନ ଚାଲିଥିବା ବେଳେ ନିଜ ଦଳର କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ପାରୁ ନାହାନ୍ତି। ଏଥିପାଇଁ ଦଳ ଭିତରୁ ତାଙ୍କ ବିରୋଧରେ ସ୍ୱର ଉଠିଲାଣି। ଏହାକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୋମାଇ ତାଙ୍କ ଉତ୍ତର ପ୍ରଦେଶ ପ୍ରତିପକ୍ଷ ଯୋଗୀ ଆଦିତ୍ୟନାଥଙ୍କ ମଡେଲ କର୍ଣ୍ଣାଟକରେ ଲାଗୁ କରିବାର ସଙ୍କେତ ଦେଇଛନ୍ତି। ରାଜ୍ୟରୁ ସାଂପ୍ରଦାୟିକ ଫୋର୍ସକୁ ବିଦା କରିବା ପାଇଁ ଦରକାର ପଡ଼ିଲେ ଯୋଗୀ ଆଦିତ୍ୟନାଥଙ୍କ ମଡେଲ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି।

ବିଜେପି ଯୁବନେତା ପ୍ରବୀଣ ନେତ୍ତାରୁ ବେଲ୍ଲାରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ସମ୍ପର୍କ ପିଏଫଆଇ ସଂଗଠନ ସହ ରହିଥିବା କୁହାଯାଉଛି। ଏହି ହତ୍ୟା ଘଟଣା ବିଜେପି ଦଳରେ ହଟଚମଟ ସୃଷ୍ଟି କରିଛି। ଦଳର ଯୁବନେତାମାନେ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି। ସେ ଦଳର ଯୁବକର୍ମୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ପାରୁ ନଥିବା ଅଭିଯୋଗ କରି ଗତକାଲି ଅନେକ ଯୁବ ନେତା ଇସ୍ତଫା ମଧ୍ୟ ଦେଇଛନ୍ତି।

Related Articles

Back to top button