ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହାର କଲେ ଡ୍ରାଇଭର ମହାସଂଘ, ସୂଚନା ଦେଲେ ସଭାପତି

ଭୁବନେଶ୍ୱର: ଗତ ତିନି ଦିନ ଧରି ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ପ୍ରାତ୍ୟାହାର କରିଛି ଡ୍ରାଇଭର ମହାସଂଘ। ଏନେଇ ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲୀ ସୂଚନା ଦେଇଛନ୍ତି । ଡ୍ରାଇଭର ମହାସଂଘର ସଭାପତି ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରି ଏହା ଘୋଷଣା କରିଛନ୍ତି । ସରକାରଙ୍କ ଉପରେ ଭରଷା ବିଶ୍ୱାସ ରଖି ମହାସଂଘ ଏହି ନିଷ୍ପତି ନେଇଛି ।

ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ଜନସାଧାରଣଙ୍କ ଅସୁବିଧାକୁ ନଜରରେ ରଖି ଏବଂ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶୃତି ଉପରେ ଭରଷା କରି ସଂଘ ବର୍ତ୍ତମାନ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଗତକାଲି ସଂଘ ସହିତ ବୈଠକ ପରେ ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ଜଣାଇଥିଲେ କି ଡ୍ରାଇଭର ମାନଙ୍କର ଦାବିକୁ ତିନି ମାସ ମଧ୍ୟରେ ସମାଧାନ କରାଯିବ ।

Related Articles

Back to top button