ବଦାୟୁଁ ହୃଦୟ ବିଦାରକ ଘଟଣାରେ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛି

ବଦାୟୁଁ ହୃଦୟ ବିଦାରକ ଘଟଣାରେ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛି। ଅଭିଯୁକ୍ତର ନାମ ସାଜିଦ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ସାଜିଦ ଏବଂ ମୃତ ଦୁଇ ଭାଇଙ୍କ ବାପା ବିନୋଦ ପରସ୍ପରର ପଡୋଶୀ ଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବଦା ଦେଖା ଦେଇଥିଲା। ହଠାତ ମଙ୍ଗଳବାର ସନ୍ଧ୍ୟାରେ ସାଜିଦ, ବିନୋଦଙ୍କ ଘରକୁ ଯାଇ ଚା ପିଇବାକୁ ମାଗିଥିଲା । ସେତେବେଳେ ବିନୋଦ ଘରେ ନଥିଲେ । ବିନୋଦଙ୍କ ସ୍ତ୍ରୀ ଚା ତିଆରି କରୁଥିବା ବେଳେ ତିନି ପୁଅ ଖେଳୁଥିବା ଦେଖି ଅଭିଯୁକ୍ତ ସାଜିଦ ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଆକ୍ରମଣରେ ବିନୋଦର ଅନ୍ୟ ଜଣେ ଛୋଟ ପୁଅ ଆହତ ହୋଇଛନ୍ତି ।

ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ସାଜିଦ ଫେରାର ହୋଇଥିଲା । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ତନାଘନା ଆରମ୍ଭ କରି କିଛି ଘଣ୍ଟା ଭିତରେ ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇଥିଲା । ତେବେ ଅଭିଯୁକ୍ତ କୁ ଗିରଫ କରିବାକୁ ପୋଲିସ ଯିବା ବେଳେ ଅଭିଯୁକ୍ତ ପୋଲିସ ଉପରକୁ ଗୁଳିଚାଳନା କରିବା ପରେ ପୋଲିସର ପାଲଟା ଗୁଳିଚାଳନାରେ ସାଜିଦର ମୃତ୍ୟୁ ହୋଇଛି ।

Related Articles

Back to top button