ଏପ୍ରିଲ ପହିଲାଠାରୁ ଦେଶରେ ମହଙ୍ଗା ହେବ ଔଷଧ ସାମଗ୍ରୀ

ଏପ୍ରିଲ ପହିଲାଠାରୁ ଦେଶରେ ମହଙ୍ଗା ହେବ ଔଷଧ ସାମଗ୍ରୀ । ଏଥିରେ ୮୦୦ ଜରୁରୀ ଔଷଧର ବଢିବ ମୂଲ୍ୟ । ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧଗୁଡ଼ିକରେ ଯନ୍ତ୍ରଣାଦାୟକ, ଆଣ୍ଟିବାୟୋଟିକ୍ ଏବଂ ସଂକ୍ରମଣ ବିରୋଧୀ ଔଷଧ ଅନ୍ତର୍ଭୁକ୍ତ। ଏକ ରିପୋର୍ଟ ଅନୁଯାୟୀ, ପାଇକାରୀ ମୂଲ୍ୟ ସୂଚୀ (ଡବ୍ଲ୍ୟୁପିଇ)ରେ ପରିବର୍ତ୍ତନ ପରେ ସରକାର ଜାତୀୟ ଜରୁରୀ ଔଷଧ ତାଲିକା (ଏନ୍‌ଏଲ୍‌ଇଏମ୍‌)ରେ ରହିଥିବା ଔଷଧ ମୂଲ୍ୟରେ ୦.୦୦୫୫ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି । ଗତ କିଛି ଦିନ ହେବ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଔଷଧ ଦର ବୃଦ୍ଧି କରିବାକୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ନିକଟରେ ଦାବି କରିଥିଲେ ।

ଏହାପୂର୍ବରୁ, ୨୦୨୨ ମସିହାରେ ଔଷଧର ମୂଲ୍ୟ ରେକର୍ଡ ୧୨ ପ୍ରତିଶତ ଏବଂ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଔଷଧର ମୂଲ୍ୟ ବର୍ଷକୁ ଥରେ ଅନୁମୋଦନ କରାଯାଇଥାଏ । ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ଉପାଦାନଗୁଡ଼ିକର ମୂଲ୍ୟ ୧୫ ରୁ ୧୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ପାରାସିଟାମୋଲର ମୂଲ୍ୟ ୧୩୦ ପ୍ରତିଶତ ଏବଂ ଉତ୍ତେଜମ ଔଷଧ ସମାଗ୍ରୀର ମୂଲ୍ୟ ୨୬୨ ପ୍ରତିଶତ ବୃଦ୍ଧି ପାଇଛି । ଏହା ବ୍ୟତୀତ ଅନେକ ଜିନିଷର ମୂଲ୍ୟ ମଧ୍ୟ ଦ୍ୱିଗୁଣିତ ହୋଇଛି । ଏକ ହଜାରରୁ ଅଧିକ ଔଷଧ ଉତ୍ପାଦନକାରୀଙ୍କ ନେତୃତ୍ୱ ନେଉଥିବା ଏକ ଲବି ଗୋଷ୍ଠୀ ମୂଲ୍ୟ ବଦଳାଇବାକୁ ସରକାରଙ୍କଠାରୁ ଅନୁମତି ଲୋଡିଥିଲେ । ଜରୁରୀ ଔଷଧ ସାମଗ୍ରୀ ତାଲିକାରେ, ଏପରି ଔଷଧଗୁଡିକୁ ସାମିଲ କରାଯାଇଛି ଅନ୍ତର୍ଭୁକ୍ତ ଯାହାକି ଅଧିକାଂଶ ଲୋକଙ୍କ ପାଇଁ ଉପଯୋଗୀ । ଏଥିରେ ପାରାସିଟାମୋଲ, ଆଜିଥ୍ରୋମାଇସିନ୍ ଏବଂ ଭିଟାମିନ୍ ଏବଂ ମିନେରାଲ୍ସ ଆଦି ଅନ୍ତର୍ଭୁକ୍ତ ।

Related Articles

Back to top button