ଭାରତରେ ବଢୁଛି ବେରୋଜଗାର ହାର

ନୂଆଦିଲ୍ଲୀ :  ବିଶ୍ୱ ଅର୍ଥନାତିରେ ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାରେ ପହଞ୍ଚିଛି । କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶରେ ମାନବସମ୍ୱଳ କୁ ବ୍ୟବହାର ରୋଜଗାର ସୃଷ୍ଟିକରିବା ପାଇଁ ଅନେକ ଯୋଜନା କରାଯାଉଛି  । ଏହିସବୁ ଭିତରେ ଦେଶ ପାଇଁ ସବୁଠାରୁ ଚିନ୍ତାର ବିଷୟ ହେଉଛି ବେକାରୀ ହାର , ଯାହା ଏବେ ଦେଶର ସର୍ବୋଚ୍ଚସ୍ତରରେ ପହଞ୍ଚିଛି ।

ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE)ର ତଥ୍ୟ ଅନୁଯାୟୀ, ଅଗଷ୍ଟ ମାସରେ ଭାରତରେ ବେରୋଜଗାର ହାର ୮.୩% ବୃଦ୍ଧି ପାଇଛି।

ଅଗଷ୍ଟ ମାସରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରୀ ବେକାରୀ ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ । ସହରାଞ୍ଚଳରେ ବେକାରି ହାର ସବୁଠୁ ଅଧିକ ରହିଛି। ଅଗଷ୍ଟରେ ସହରୀ ବେକାରୀ ହାର ୯.୫୭% ଛୁଇଁଛି  । ଯାହା ପୂର୍ବ ମାସ ତୁଳନାରେ ୮.୨୧% ଥିଲା।  ଏଥି ସହିତ ଜୁଲାଇରେ ୬.୧୪% ରୁ ଗ୍ରାମୀଣ ବେକାରୀ ହାର ୭.୬୮% କୁ ବୃଦ୍ଧି ପାଇଛି।

ଏହି ରିପୋର୍ଟ ବେକାରୀ ହାର କ୍ଷେତ୍ରରେ ବିଜେପି ଶାସିତ  ହରିୟାଣା ଦେଶର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହି ରାଜ୍ୟରେ ବେକାରୀ ହାର ସର୍ବାଧିକ ୩୭.୩ ପ୍ରତିଶତ ରହିଛି । ଏହାପଛକୁ ଜମ୍ମୁ କାଶ୍ମୀରରେ ବେକାରୀ ହାର ୩୨.୮ ପ୍ରତିଶତ, ରାଜସ୍ଥାନରେ ୩୧.୪ ପ୍ରତିଶତ, ଝାଡଖଣ୍ଡରେ ୧୭.୩ ପ୍ରତିଶତ ଏବଂ ତ୍ରିପୁରାରେ ୧୬.୩ ପ୍ରତିଶତ ରହିଛି। ସାରା ଦେଶରେ ଛତିଶଗଡରେ ବେକାରୀ ହାର ସବୁଠୁ କମ୍ । ଏଠାରେ ବେକାରୀ ହାର ମାତ୍ର ୦.୪ ପ୍ରତିଶତ । ସେହିପରି ମେଘାଳୟରେ ୨ ପ୍ରତିଶତ, ମହାରାଷ୍ଟ୍ର ୨.୨ ଗୁଜୁରାଟ ଏବଂ ଓଡିଶା ୨.୬ ପ୍ରତିଶତ ଦେଖାଯାଇଛି। ଦେଶର ବେକାରୀ ବୃଦ୍ଧି ପାଇଥିବା ପ୍ରସଙ୍ଗରେ CMIE ପରିଚାଳନା ନିର୍ଦ୍ଦେଶକ ମହେଶ ଭାୟସ PTI କୁ କହିଛନ୍ତି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି ହାର 37.6% ରୁ 37.3% କୁ ଖସି ଆସିଛି।

ଅନ୍ୟପକ୍ଷରେ ମୋଦୀ ସରକାର ଦାବି କରିଛନ୍ତି ଯେ ଦେଶର ପ୍ରଥମ ତ୍ରୟ ମାସିକ ପାଇଁ ଜିଡିପି ଅଭିବୃଦ୍ଧି ହାର ଅର୍ଥାତ ଏପ୍ରିଲ-ଜୁନ୍ ଜିଡିପିରେ ୨୦.୧ ପ୍ରତିଶତକୁ ବୃଦ୍ଧି ପାଇଛି।  ଏହି ଆକଳନକୁ ଦର୍ଶାଇ ମୋଦୀ ସରକାର ନିଜର ପ୍ରଶଂସା ସାଉଁଟୁଛନ୍ତି , କିନ୍ତୁ ବାସ୍ତବତା ହେଉଛି ଯେ ଗତ ଦୁଇ ବର୍ଷ ମଧ୍ୟରେ କରୋନା କାରଣରୁ ଭାରତୀୟ ଅର୍ଥନୀତିରେ ହୋଇଥିବା କ୍ଷତି ଏବଂ ମୋଦୀ ସରକାରଙ୍କ ଭୁଲ ନୀତି ଏପର୍ଯ୍ୟନ୍ତ କ୍ଷତିପୂରଣ ହୋଇନାହିଁ। ମୋଦୀ ସରକାର ଏହାର ପରିସଂଖ୍ୟାନରେ ମଧ୍ୟ ଏହା ଉଲ୍ଲେଖ କରିବାକୁ ଚାହୁଁନାହାଁନ୍ତି।

Related Articles

Back to top button