ସନରାଇଜର୍ସ ହାଇଦ୍ରାବାଦର କୋଚ ହେଲେ ବ୍ରାଏନ ଲାରା

ଆଇପିଏଲ ୨୦୨୩ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ତାର କୋଚ ବଦଳାଇ ଦେଇଛି। ଟମ ମୁଡିଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଡୀଙ୍କ ପ୍ରଶିକ୍ଷରେ ୨୦୨୨ରେ ହାଇଦ୍ରାବାଦର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ମୁଡୀଙ୍କ ସହ ଆମର ଚୁକ୍ତି ମିଆଦ ଶେଷ ହୋଇଛି । ଦଳ ପାଇଁ ତାଙ୍କ ଯୋଗଦାନକୁ ଆମେ ଭୁଲିପାରିବୁ ନାହିଁ ବୋଲି ହାଇଦ୍ରାବାଦ ପକ୍ଷରୁ କୁହାଯାଇଛି।

୨୦୧୩ରୁ ୧୯ ପର୍ଯ୍ୟନ୍ତ ମୁଡୀଙ୍କ ପ୍ରଶିକ୍ଷଣରେ ହାଇଦ୍ରାବାଦ ୫ଥର ପ୍ଲେ ଅଫରେ ପଂହଚିଥିବା ବେଳେ ୨୦୧୬ରେ ଟାଇଟଲ ଜିତିଥିଲା । ୨୦୨୦ରେ ଟ୍ରେଭର ବେଲିସ କୋଚ ଦାୟିତ୍ୱ ତୁଲାଇଥିଲେ । ଏହା ପରେ ୨୧ରେ ପୁନର୍ବାର ଏହି କୋଚ କରାଯାଇଥିଲା । ମାତ୍ର ଏହି ସଂସ୍କରଣରେ ହାଇଦ୍ରାବାଦ ୮ମ ସ୍ଥାନରେ ରହିଥିଲା ।

Related Articles

Back to top button