ନୂଆ ସଂସଦରେ ନିଜର ପ୍ରଥମ ଅଭିଭାଷଣରେ ଉତ୍କଳ ମଣିଙ୍କ ପଂକ୍ତି ଗାଇଲେ ରାଷ୍ଟ୍ରପତି

ବୁଧବାରଠାରୁ ସଂସଦର ବଜେଟ ଅଧିବେଶନ ହେଲା ବେଳେ ଗୁରୁବାର ଦିନ ଆଗତ ହେବ କାମଚଳା ବଜେଟ। ଚଳିତ ବର୍ଷ ଏପ୍ରିଲ୍-ମେ ମାସରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ଏହି ବଜେଟ୍ ମଧ୍ୟବର୍ତ୍ତୀକାଳୀନ ଅଥବା କାମଚଳା ଅଟେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତି ବୁଧବାର ପାରମ୍ପାରିକ ଶୈଳୀରେ ଘୋଡାଗାଡ଼ିରେ ନୂତନ ସଂସଦ ଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ତାଙ୍କୁ ସ୍ୱାଗତ କରିଥିଲେ। ସେଠାରେ ସେ ଉଭୟ ଗୃହର ମିଳିତ ବୈଠକରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

ନୂଆ ସଂସଦ ଭବନରେ ପ୍ରଥମ ଅଭିଭାଷଣରେ ନୂଆ ଭାରତ ଏବଂ ଶ୍ରେଷ୍ଠ ଭାରତ ନେଇ ସଂକଳ୍ପ ପାଇଁ ଆହ୍ବାନ ଦେବା ଏହା ପରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କାଳଜୟୀ କବିତା ‘ବନ୍ଦୀର ଆତ୍ମକଥା’ର ଏକ ପଂକ୍ତିକୁ ଓଡିଆରେ କହିଛନ୍ତି । ‘ ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ..’ ପଂକ୍ତିକୁ ପାଠ କରିଥିଲେ ରାଷ୍ଟ୍ରପତି । ପ୍ରଥମେ ଓଡିଆରେ କହିବା ପରେ ଏହି ପଂକ୍ତିକୁ ହିନ୍ଦୀରେ ବୁଝାଇଛନ୍ତି । ଏହି ପଂକ୍ତିରେ କର୍ତ୍ତବ୍ୟର ପରାକାଷ୍ଠା ଏବଂ ରାଷ୍ଟ୍ର ସର୍ବୋପରି ଦେଖିବାକୁ ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ । ରାଷ୍ଟ୍ରପତିଙ୍କ ଅଭିବାଦନକୁ ସମସ୍ତେ ସମର୍ଥନ ଜଣାଇ ଉତ୍ସାହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଳି ମାରି ସମର୍ଥନ କରିଛନ୍ତି । ସେହପରି ମହାନ ସ୍ବତନ୍ତ୍ରତା ସେନାନୀ, ଓଡ଼ିଶାର ଗୌରବ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଏହାସହ ସେ ବିଭାଜନ ବିଭୀଷିକାକୁ ମନେ ପକାଇବା ପାଇଁ ଅଗଷ୍ଟ ୧୪ ତାରିଖକୁ ସାହେବ ଯାଦବଙ୍କ ସ୍ମୃତିରେ ବିରବଲ୍ ଦିବସ ଘୋଷଣା କରାଯାଇଛି ।

ଭାରତକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଗାମୀ ଦିନରେ ବଡ଼ ଉପଲବ୍ଧି ମିଳିବ ବୋଲି ଅଭିଭାଷଣରେ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ” ଖୁବଶୀଘ୍ର ଗଗନଯାନ ମହାକାଶକୁ ଯିବ ଏବଂ ମହାକାଶରେ ମାନବର ଉପସ୍ଥିତି ଜାହିର ହେବ। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇପାରିଛି । ଡିଜିଟାଲ ଇଣ୍ଡିଆ ଜରିଆରେ ବହୁସଂଖ୍ୟକ ଯୁବକଙ୍କୁ ନିଯୁକ୍ତି ମିଳିପାରିବ।” ବିକାଶ କ୍ଷେତ୍ରରେ ଏଆଇ ଉପଯୋଗ କରାଯିବ ବୋଲି କହିଛନ୍ତି ରାଷ୍ଟ୍ରପତି ।

Related Articles

Back to top button