ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଞ୍ଚି ସ୍ଥିତ  ବାସଭବନରେ ଇଡି ଟିମ୍ ପହଞ୍ଚିଛି

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଞ୍ଚି ସ୍ଥିତ  ବାସଭବନରେ ଇଡି ଟିମ୍ ପହଞ୍ଚିଛି । ଜମି ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରା ଉଚୁରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ହେମନ୍ତ ସୋରେନ୍ଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।ବିପୁଳ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳୁଛି । ଏସବୁ ଭିତରେ ସୋରେନଙ୍କ ଗିରଫଦାରୀ ନେଇ ଆଶଙ୍କା ମଧ୍ୟ ବଢି ଯାଇଛି । ଇଡି ପୂର୍ବରୁ ୧୦ ଥର ସମନ୍ ପଠାଇଥିଲେ ହାଜର ହୋଇ ନାହାଁନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ।

Related Articles

Back to top button