ଜେଏନୟୁରେ ଉଭୟ ଏବିଭିପି ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀଙ୍କ ଭିତରେ ଭୟଙ୍କର ମାରପିଟ

ପୁଣି ଜେଏନୟୁରେ ଉଭୟ ଏବିଭିପି ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀଙ୍କ ଭିତରେ ଭୟଙ୍କର ମାରପିଟ ହୋଇଛି। ଛାତ୍ରମାନେ ଏପରି ମାରପିଟ ହେଉଥିଲେ ଯେପରି ତାହା କଲେଜ ନୁହେଁ ରଣକ୍ଷେତ୍ର ଥିଲା। ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଆକ୍ରମଣରେ ଅନେକ ଛାତ୍ର ଆହତ ହୋଇଛନ୍ତି। ଏପରିକି ଛାତ୍ରମାନେ ବାଡ଼ି, କାଠ, ସାଇକେଲ ଉଠାଇ ଅନ୍ୟ ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ।

ସୂଚନା ଅନୁସାରେ , ପୁଣି ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏବିଭିପି ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀ। ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଆକ୍ରମଣରେ ଅନେକ ଛାତ୍ର ଆହତ ହୋଇଛନ୍ତି। ତେବେ ଏହି ମାରପିଟରେ ଜଣେ ଛାତ୍ର ଅନ୍ୟ ଜଣଙ୍କୁ ବାଡି ଧରି ବାଡେଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଜଣେ ସାଇକେଲ ଉଠାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ସ୍କୁଲ ଅଫ୍ ଲାଙ୍ଗୁଏଜର ନିର୍ବାଚନ ସମିତି ଚୟନକୁ ନେଇ ବିବାଦ ଉପୁଜିଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଏ ମାମଲାରେ ଫେବୃଆରୀ ୧୦ରେ ବିବାଦ ଉପୁଜିଥିଲା। ତେବେ ଏହି ଗଣ୍ତଗୋଳର ଏକାଧିକ ଭିଡିଓ ଏବେ ସୋସିଆଲ୍‌ ମିଡିଆ ଏକ୍ସ ରେ ଭାଇରାଲ ହେବାରେ ଲାଗିଛି। ତେବେ ଦିଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇ ଗୋଷ୍ଠୀର ଅଭିଯୋଗକୁ ରଖି ଘଟଣାର ତଦନ୍ତ କରୁଛି।

Related Articles

Back to top button