ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜିତ ସ୍ବେଚ୍ଛାସେବୀମାନଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜିତ ହୋଇଥିବା ଶିକ୍ଷା ସ୍ୱେଚ୍ଛାସେବୀମାନଙ୍କ ଦରମା ୧୦ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୧୪ ମସିହାରୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଯୋଗାଇବା ନିମେନ୍ତ ଶିକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଥିଲା। ବର୍ତମାନ ଏହି ଶିକ୍ଷା ସ୍ୱେଚ୍ଛାସେବୀମାନଙ୍କୁ ମାସିକ ୫୩୭୯ଟଙ୍କା ପାରିଶ୍ରମିକ ଭାବେ ପ୍ରଦାନ କରାଯାଉଥିଲା। ୫ଟି-ଅଧ୍ୟକ୍ଷଙ୍କ ଜିଲା ଗସ୍ତ ବେଳେ ସେମାନଙ୍କ ଅସୁବିଧା ସମ୍ପର୍କରେ କାର୍ତ୍ତିକ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ବିଚାର କରି ପାରିତୋଷିକକୁ ୧୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧୧୧୭ଜଣ ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ଉପକୃତ ହେବେ।

Related Articles

Back to top button