ମୋଦୀଙ୍କ ‘ମନ କି ବାତ’ରେ ଓଡିଆ ଦମ୍ପତିଙ୍କୁ ପ୍ରଶଂସା

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ’ର ଏହା ୧୧୦ତମ ଏପିସୋଡ୍ ଥିଲା । ଆଜିର ମନ କି ବାତ୍‌ରେ ପ୍ରଧାନମନ୍ତ୍ରୀ ବିଶେଷକରି ଦେଶରେ ନାରୀ ଶକ୍ତି କିପରି ସବୁ କ୍ଷେତ୍ରରେ ଆଗରେ ରହିଛି ତାହାକୁ ନେଇ ଚର୍ଚ୍ଚା କରିଛନ୍ତି ।

ତେବେ ଆଜି ‘ମନ କି ବାତ୍‌’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ଦମ୍ପତିଙ୍କ ସହ ଆଲୋଚନା କରିଛନ୍ତି । କଳାହାଣ୍ଡି ସାଲେଭଟା ଗାଁରୁ ଆସି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଏହି ଦମ୍ପତି । ଜିଲ୍ଲାର ୫୦ଟି ଗ୍ରାମର ପ୍ରାୟ ୧ ହଜାର ଲୋକେ ସେମାନଙ୍କ ଦ୍ୱାରା ଉପକୃତ ହୋଇଛନ୍ତି । ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଛେଳି ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ଦମ୍ପତି । ନିଜେ ସଶକ୍ତ ହେବା ସହ ସାଥି ଗ୍ରାମବାସୀଙ୍କୁ ସଶକ୍ତ କରିଛନ୍ତି । ଗୋଟିଏ ବ୍ୟାଙ୍କ କରି ଅନ୍ୟମାନଙ୍କୁ ସହାୟକ ହେଉଛନ୍ତି ।ଏହି ଓଡ଼ିଆ ଦମ୍ପତି ହେଉଛନ୍ତି ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବୀରେନ୍ ସାହୁ ।

Related Articles

Back to top button