ଉତ୍ତରପ୍ରଦେଶ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ ଛପା ଅଛି ଅସମ୍ପୂର୍ଣ୍ଣଜାତୀୟ ସଙ୍ଗୀତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ ଛାପିଛି ଅଧୁରା ଜାତୀୟ ସଙ୍ଗୀତ। ତ୍ରୁଟିପୂର୍ଣ୍ଣ ଜାତୀୟ ସଙ୍ଗୀତ ପଢୁଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ। ଏନେଇ ବିବାଦ ମୁଣ୍ଡ ଟେକିଛି। ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ ଏହି ଭୁଲ ଜାତୀୟ ସଙ୍ଗୀତ ଉଲ୍ଲେଖ ରହିଛି । ଏନେଇ ଶୀଲ ପ୍ରିଣ୍ଟିଂ ପ୍ରେସକୁ ନୋଟିସ ଜାରି କରାଯାଇଛି।

ଜାତୀୟ ସଙ୍ଗୀତ ‘ଜନଗଣ ମନ ଅଧିନାୟକ’ ରୁ ଉଭାନ ହୋଇଗଲା ‘ଉତ୍କଳ-ବଙ୍ଗ’। ତୃତୀୟ ଧାଡିର ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା ଦ୍ରାବିଡ ପରେ କିଛି ଲେଖା ହୋଇନଥିବା ଦେଖିବାକୁ ମିଳିଛି । ଏଭଳି ତ୍ରୁଟି ଲକ୍ଷାଧିକ ବହିରେ ଦେଖିବାକୁ ମିଳିଛି। ଏଡି ବେସିକ ଆଗ୍ରା ଏବଂ ମଥୁରାର ବିଏସଏସକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶୀଲ ପ୍ରିଣ୍ଟରକୁ ଏହାର ସ୍ପଷ୍ଟୀକରଣ ମଗାଯିବା ସହ ପୁସ୍ତକରେ ଥିବା ତ୍ରୁଟିକୁ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଏହାକୁ ପ୍ରିଣ୍ଟିଂ ଜନିତ ତ୍ରୁଟି ବୋଲି କହିଛନ୍ତି ବିଏସଏସ ପ୍ରକାଶ ସିଂହ ।

ସେପଟେ ମୁରାଦାବାଦର ବିଜନୌର, ଆମ୍ରୋହା, ମୁରାଦାବାଦ, ରାମପୁର, ସମ୍ଭଲ, ସୋନଭଦ୍ର, ଶାମଲୀ, କୌଶମ୍ବୀ, ବାନ୍ଦା ଏବଂ ଚିତ୍ରକୁଟ ଭଳି ସମସ୍ତ ଜିଲ୍ଲାରୁ ସୂଚନା ମଗାଯାଇଛି। ଏହି ସମସ୍ତ ଜିଲ୍ଲାରେ ଶୀଲ ପ୍ରିଣ୍ଟର୍ସରୁ ବହି ଯୋଗାଣ ହେଉଛି। ଏକ ସପ୍ତାହ ମଧ୍ୟରେ ସଠିକ୍ ପ୍ରିଣ୍ଟିଂ ପୁସ୍ତକ ବଣ୍ଟନ କରିବାକୁ ପ୍ରିଣ୍ଟର୍ସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ 10 ଟି ଜିଲ୍ଲାର ବିଏସ୍ଏସ୍ ମାନଙ୍କୁ ଶ୍ୟାମ କିଶୋର ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ଏହି ତ୍ରୁଟିପୂର୍ଣ୍ଣ ପୁସ୍ତକ ସେମାନଙ୍କ ଜିଲ୍ଲାରେ ବଣ୍ଟାଯାଇଥାଏ, ତେବେ ସେମାନଙ୍କୁ ବଦଳାଇବା ଉଚିତ୍।

Related Articles

Back to top button