କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ୬୦ଟି ସ୍ଥାନରେ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସିର ଚଢ଼ାଉ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରାୟ ୬୦ଟି ସ୍ଥାନରେ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଚଢ଼ାଉ କରିଛି। ଏହି ରେଡ୍ ୧୦ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ୬୦ରୁ ଅଧିକ ସ୍ଥାନରେ ହୋଇଛି। ଅନେକ ଗ୍ୟାଙ୍ଗଷ୍ଟର ଜେଲରେ ଥାଇ ଗ୍ୟାଙ୍ଗ ଅପରେଟ୍ କରୁଥିବା ବେଳେ ଆଉ କିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହ ମିଶିଥିବା ଜଣାପଡ଼ିଛି।

ନିକଟରେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଏହି ଗ୍ୟାଙ୍ଗଷ୍ଟର ବିଦେଶରେ ରହି ଭାରତରେ ଅପରାଧ ଘଟାଉଛନ୍ତି । ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗୋଲ୍ଡି ବରାଡ଼ ନାମକ ଗ୍ୟାଙ୍ଗଷ୍ଟର କାନାଡ଼ାରେ ରହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା। ତିହାଡ଼ ଜେଲରେ ବନ୍ଦୀ ଥିବା ଲରିନ୍ସ ବିଶ୍ରୋଇ ଏଥିରେ ମୁଖ୍ୟ ଭୂମିକା ତୁଲାଇ ଥିଲା।

ଏହି ଗ୍ୟାଙ୍ଗ ଏବେ ପୋଲିସ ସହ ତଦନ୍ତକାରୀ ସଂସ୍ଥା ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଏହି ଗ୍ୟାଙ୍ଗଷ୍ଟରମାନଙ୍କ ନେଟୱର୍କ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା ସମେତ ଅନେକ ରାଜ୍ୟକୁ ବ୍ୟାପିଛି। ରୋହିଣୀ କୋର୍ଟରେ ମୃତ୍ୟୁବରଣ କରିଥିବା ଜିତେନ୍ଦ୍ର ଗୋଗି ଗ୍ୟାଙ୍ଗ ମଧ୍ୟ ଏଥିରେ ସାମିଲ୍ ଅଛି।

NIA ଆଜି ପଞ୍ଜାବର ୨୫ଟି ସ୍ଥାନ ସହ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ରେଡରେ ଏନ୍ଆଇଏର ୧୬୦ରୁ ଅଧିକ ଅଧିକାରୀ ସାମିଲ୍ ଅଛନ୍ତି।

Related Articles

Back to top button