ଶ୍ରୀଲଙ୍କାକୁ ସବୁଠାରୁ ଅଧିକ ଋଣ ଦେଲା ଭାରତ

ସଙ୍କଟ ବେଳେ ମୁହଁ ଫେରାଇଛି ଚୀନ୍‌

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ଋଣ ଦେଇଥିବା ଦେଶ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଋଣ ପ୍ରଦାନ କରିଛି ଭାରତ । ୨୦୨୨ ମସିହାର ୪ ମାସ ମଧ୍ୟରେ ଭାରତ ଶ୍ରୀଲଙ୍କାକୁ ୩୭.୬୯ କୋଟି ଡଲାର୍‌ ଋଣ ଦେଇଛି । ଅନ୍ୟପଟେ ଚୀନ୍‌ ଶ୍ରୀଲଙ୍କାକୁ କେବଳ ୬.୭୯୦ କୋଟି ଡଲାର୍‌ କରଜ ଦେଇଛି ।

ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କା ଏବେ ଖରାପ ଅର୍ଥନୀତି କାରଣରୁ ସଙ୍କଟ ସହିତ ସଂଘର୍ଷ କରୁଛି । ବିଦେଶୀ ପୁଞ୍ଜି ନଥିବା କାରଣରୁ ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଅବସ୍ଥା ଏହେ ଖରାପ ହୋଇଯାଇଛି । ଖାଦ୍ୟ, ଔଷଧ ଏବଂ ପେଟ୍ରୋଲ୍‌-ଡିଜେଲ୍‌ ମିଳୁନଥିବାରୁ ବହୁତ ମାତ୍ରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି ।

ଗତମାସରେ ଶ୍ରୀଲଙ୍କା ବୈଦେଶିକ କରଜ ସୁଝିବାକୁ ଅସମର୍ଥ ହୋଇଯାଇଥିଲା ଏବଂ ଏହାର ମୁଦ୍ରସ୍ପିତି ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ହୋଇଯାଇଥିଲା । ଏହାର ଆର୍ଥିକ ସ୍ଥିତି ବିଗିଡ଼ି ଯିବା କାରଣରୁ ଦେଶବାସୀ ବିରୋଧ ପ୍ରଦର୍ଶନ କରିଥିଲେ । ବିରୋଧ ଏତେମାତ୍ରାରେ ହେଲା ଯେ ଏହାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇଥଲେ । ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏକ ଜାତୀୟ ଖବର କାଗଜର ରିପୋର୍ଟ ମୁତାବିକ, ୨୦୨୨ର ପ୍ରଥମ ୪ ମାସ ଅର୍ଥାତ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଶ୍ରୀଲଙ୍କାକୁ ଦିଆଯାଇଥିବା ଋଣ ଅନୁସାରେ ଭାରତ ସବୁଠାରୁ ଆଗରେ ରହିଛି । ଏସିଆଇ ବିକାଶ ବ୍ୟାଙ୍କ ଏହି ଅବଧିରେ ୩୫.୯୬ କୋଟି ଡଲାର ସହିତ ଦ୍ୱିତୀୟ ବଡ଼ ଋଣଦାତା ହୋଇଛି । ଏହାପରେ ବିଶ୍ୱ ବ୍ୟାଙ୍କ ରହିଛି । ୬.୭୩ କୋଟି ଡଲାର୍ ବିଶ୍ୱବ୍ୟାଙ୍କ୍‌ ଦେଇଛି । ଏହି ତୁଳନାରେ ଚୀନ୍‌ ପଛରେ ରହିଛି ।

Related Articles

Back to top button