ଜୁଲାଇ ୨୬ରେ ୫ଜି ସ୍ପେକ୍ଟ୍ରମ ନିଲାମୀ

ନୂଆଦିଲ୍ଲୀ: ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ(DoT) ୫ଜି ନିଲାମୀରେ ଭାଗ ନେଇଥିବା କମ୍ପାନି ଗୁଡିକ ନାଁ ପ୍ରକାଶ କରିଛି। ଏହା ଅନୁସାରେ ରିଲାଏନ୍ସ ଜିଓ ୧୪,୦୦୦ କୋଟି ଟଙ୍କା ଏର୍ନେଷ୍ଟ ମନି ଡିପୋଜିଟ(ଇଏମଡି) ଜମା କରିଛି । ଭାରତୀୟ ଏୟାରଟେଲ ୫,୫୦୦ ଟଙ୍କାର ଇଏମଡି ଜମା କରିଛି।

DoTର ସୂଚନା ଅନୁସାରେ ଭୋଡାଫୋନ ଆଇଡିଆ ଇଏମଡି ବାବଦକୁ ୨,୨୦୦ କୋଟି ଟଙ୍କା ଜମା କରିଛନ୍ତି । ସେହିପରି ଆଦାନୀ ଡାଟା ନିଟୱାର୍କ ୧୦୦୦ କୋଟି ଟଙ୍କା ଏଏମଡି ବାବଦକୁ ଟଙ୍କା ଜମା କରିଛି । ରିଲାଏନ୍ସ ଜିଓ ଦେଶର ସବୁଠୁ ବଡ଼ ଦୂରସଂଚାର କମ୍ପାନି । ଏହା ରିଲାଏନ୍ସର ମାଲିକାନାରେ ରହିଛି । ଅନ୍ୟପଟେ ଆଦାନୀ ଡାଟା ନେଟୱାର୍କ କିଛି ଦିନ ତଳେ 5ଜି ସ୍ପେକ୍ଟ୍ରମର ନିଲାମୀରେ ଭାଗ ନେବା ପାଇଁ ଘୋଷଣା କରିଥିଲା । ଏହା ଦେଶ ତଥା ଏସିଆର ସବୁଠୁ ବଡ଼ ଧନୀ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପର କମ୍ପାନି।

ଏହି ସବୁ କମ୍ପାନି ଆପ୍ଲିକେସନ ଫି ବାବଦକୁ ଏକ ଲକ୍ଷ ଟଙ୍କା ଦେଇଛନ୍ତି । 5ଜି ସ୍ପେକ୍ଟ୍ରମର ନିଲାମୀ ଆସନ୍ତା ଜୁଲାଇ ୨୬ରୁ ଆରମ୍ଭ ହେବ । ଇଏମଡି ଟଙ୍କାରୁ ସ୍ପେକ୍ଟ୍ରମ ହାସଲ କରିବା ପାଇଁ କମ୍ପାନିର ଇଚ୍ଛା, ରଣନୀତି ଏବଂ ଯୋଜନା ବାବାଦରେ ସଂକେତ ମିଳିଥାଏ।

ଜୁଲାଇ ୨୬ର ହେବାକୁ ଥିବା ନିଲାମୀରେ ମୋଟ ୭୨ ଗିଗାହର୍ଟଜ ସ୍ପେକ୍ଟ୍ରମର ନିଲାମୀ ହେବ । ଏହାର ମୂଲ୍ୟର ୪.୩ ଲକ୍ଷ କୋଟି ଟଙ୍କା ହେବ। ସିଏନବିସି 18ର ରିପୋର୍ଟ ଅନୁସାରେ, ସରକାର ନିଲାମୀରୁ ୮୦ ହଜାରରୁ ଏକ ଲକ୍ଷ ଟଙ୍କା ଯାଏଁ ଏକାଠି କରିବାର ଲକ୍ଷ୍ୟ ରଖିଛନ୍ତି।

Related Articles

Back to top button