
ଅଗ୍ନିପଥ ଯୋଜନା ବିରୋଧି ଆନ୍ଦୋଳନ ଯୋଗୁ ଭାରତୀୟ ରେଲୱେର ୨୫୯ କୋଟି ଟଙ୍କାର କ୍ଷତି
ନୂଆଦିଲ୍ଲୀ: ଗତମାସରେ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ହିଂସାତ୍ମକ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ଫଳରେ ରେଲୱେକୁ ମୋଟା ଅଙ୍କର କ୍ଷତି ସହିବାକୁ ପଡ଼ିଛି । ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଉତ୍ତର ରଖିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିକ୍ଷୋଭ ଫଳରେ ୨୦୨୨ରେ ଭାରତୀୟ ରେଲୱେର ୨୫୯.୪୪ କୋଟି କ୍ଷତି ଘଟିଥିବା ଅଶ୍ୱିନୀ କହିଛନ୍ତି ।