ଭାରତୀୟ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ର

ରାଜସ୍ଥାନ ଜୈସଲମେରରେ ଭାରତୀୟ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ଜୈସେଲମେରର ଜବାହାର ନଗରରେ ଘଟିଛି ଏଭଳି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ପାଇଲଟ କିନ୍ତୁ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହେଇଛନ୍ତି । ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହେଇଥିବା ଭାରତୀୟ ସେନାର ଏହି ଏୟାରକ୍ରାଫ୍ଟ ଲାଇଟ୍ କମ୍ବାକ୍ଟ ଏୟାରକ୍ରାଫ୍ଟ ତେଜସ୍ ଥିଲା । ଦୁର୍ଘଟଣା ସମୟରେ ଏହା ଅପରେସନାଲ ଟ୍ରେନିଂରେ ରହିଥିଲା । ମିଳିଥିବା ସୂଚନା ମୁତାବକ, ଏହି ଦୁର୍ଘଟଣା ପରେ ଏହି ମାମଲାର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button