ବିମଳାଙ୍କ ମନ୍ଦିର ନିକଟରେ ସେବାୟତଙ୍କ ମଧ୍ୟରେ ମାରପିଟ

ଶ୍ରୀମନ୍ଦିର ଭିତରେ ବିମଳାଙ୍କ ମନ୍ଦିର ନିକଟରେ ସେବାୟତଙ୍କ ମଧ୍ୟରେ ମାରପିଟ। ତେବେ ପାଳି ଖଟିବାକୁ ନେଇ ଦୁଇଜଣ ସେବାୟତ ମଧ୍ୟରେ ହାତାହାତି ହୋଇଥିଲା। ତେବେ ଏହି ଗଣ୍ଡଗୋଳରେ ସେବାୟତ ଶ୍ୟାମ ପଣ୍ଡା ଆହତ ହୋଇଥିଲେ। ତେଣୁ ତାଙ୍କୁ ତୁରନ୍ତ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

ସୂଚନା ଅନୁସାରେ, ପାଳି ଖଟିବାକୁ ନେଇ ବିମଳାଙ୍କ ମନ୍ଦିର ନିକଟରେ ହାତାହାତି ହେଲେ ସେବାୟତ। ତେବେ ଏହି ଗଣ୍ଡଗୋଳରେ ଅନେକ ସେବାୟତ ଆହତ ହେବା ସହିତ ସେବାୟତ ଶ୍ୟାମ ପଣ୍ଡାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତୁରନ୍ତ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଆଖି ଓ ଛାତିରେ କ୍ଷତ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଭିତରେ ମାରପିଟ୍ ପରେ ଉଭୟ ସେବାୟତଙ୍କୁ ପ୍ରଥମେ ସିଂହଦ୍ଵାର ଥାନା ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି।

Related Articles

Back to top button