ଏଲଏସିରେ ମୁତୟନ ହେବ ୧୦୦ଟି କେ-୯ ବଜ୍ର ତୋପ

ନୂଆଦିଲ୍ଲୀ: ମେ ୨୦୨୦ ରେ ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ଯୋଗୁ ଉଭୟଙ୍କ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। କୋର କମାଣ୍ଡର ସ୍ତରରେ ୧୬ ରାଉଣ୍ଡ ଆଲୋଚନା ପରେ ଏବେ ଏଲଏସିରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। କିନ୍ତୁ ଭବିଷ୍ୟତରେ ଏହା ଆଉ ଘଟିବ ନାହିଁ ବୋଲି କୁହାଯାଇପାରିବ ନାହିଁ।

ସେଥିପାଇଁ ଏହି ଦୁଇ ବର୍ଷ ମଧ୍ୟରେ ଭାରତୀୟ ସେନା ଏପର୍ଯ୍ୟନ୍ତ ସାମରିକ ନିୟୋଜନରେ ସବୁଠାରୁ ବଡ ପରିବର୍ତ୍ତନ କରିଛି। ଏହା ଏଲଏସି ନିକଟରେ ପଦାତିକ, ଆର୍ଟିଲିରି, ଟ୍ୟାଙ୍କ, ବାୟୁ ପ୍ରତିରକ୍ଷା ପ୍ରଣାଳୀ, ରାଡାର ନିୟୋଜିତ କରିଛି। ସମସ୍ତ ପ୍ରକାରର ଆର୍ଟିଲିରିଳ ରେକଟ ଲଞ୍ଚର ଧନୁଷ, ୧୫୫ ମିଲିମିଟର ଅଲ୍ଟ୍ରା ଲାଇଟ ହାୱିଜର୍‌, କେ-୯ ବଜ୍ର, ବୋଫର୍ସ, ପିନାକା ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର୍‌ ଏବଂ ଅନ୍ୟାନ୍ୟ ସାମରିକ ଉପକରଣ ସହିତ ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିଛି।

ସେନାର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ଉତ୍ତର ସୀମାରେ ନିବଦ୍ଧ ରହିଛି। ଚାଇନା କଡ଼ା ଜବାବ ଦେବାକୁ ଦୃଷ୍ଟିରେ ରଖି ସେନା ୧୦୦ ଟି ଅତିରିକ୍ତ କେ-୯ ବଜ୍ର ତୋପ କିଣିବାକୁ ନିଷ୍ପତ୍ତି ନେଇଛି। ସେନା ସୂତ୍ର ଅନୁଯାୟୀ, କେ-୯ ବଜ୍ର ତୋପ ପୂର୍ବରୁ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ ହୋଇସାରିଛି।

ଭାରତୀୟ ସେନାର ଆର୍ଟିଲିରି ଆଧୁନିକୀକରଣ ପ୍ରକ୍ରିୟା ଦେଇ ଗତି କରୁଛି ଏବଂ ୨୦୪୦ ସୁଦ୍ଧା ସମସ୍ତ ଆର୍ଟିଲିରି ରେଜିମେଣ୍ଟକୁ ୧୫୫ ମିଲିମିଟର ମିଡିଆରେ ପରିଣତ କରିବା ସେନାର ଯୋଜନା ରହିଛି। ଏହା ସହିତ ଭବିଷ୍ୟତରେ କେବଳ ଆର୍ଟିଲିରିରେ ସ୍ବଦେଶୀ ଉତ୍ପାଦକୁ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟ ଚାଲିଛି। ସ୍ବଦେଶୀ ଆର୍ଟିଲିରି ଧନୁଷର ଏକ ରେଜିମେଣ୍ଟ ମଧ୍ୟ ସେନା ଦ୍ୱାରା ଗ୍ରହଣ କରାଯାଇଛି ଏବଂ ଉତ୍ତର ସୀମାରେ ମଧ୍ୟ ନିୟୋଜିତ କରାଯାଇଛି। ସୂଚନାନୁସାରେ, ଦ୍ୱିତୀୟ ରେଜିମେଣ୍ଟର ୧୮ଟି ତୋପ ଆସନ୍ତା ବର୍ଷ ୨୦୨୩ ମାର୍ଚ୍ଚ ସୁଦ୍ଧା ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।

Related Articles

Back to top button