ନବରାତ୍ର ଉପଲକ୍ଷେ ମୁକ୍ତିଲାଭ କଲା ଅଭିଲିପ୍ସା ପଣ୍ଡାଙ୍କ ନୂଆ ଭଜନ ‘ଅର୍ଗଳା ସ୍ତୋତ୍ରମ୍’

ବଡ଼ବିଲ୍‌: ଅଭିଲିପ୍ସା ପଣ୍ଡାଙ୍କ ‘ହର ହର ଶମ୍ଭୁ’ର ଅପାର ସଫଳତା ପରେ ନବରାତ୍ର ଅବସରରେ ତାଙ୍କର ଆଉ ୨ଟି ନୂଆ ଗୀତ ରିଲିଜ୍ ହୋଇଛି, ଯାହା ସୋସିଆଲ ମିଡିଆରେ ବେଶ୍ ଟ୍ରେଣ୍ଡ କରୁଛି। ମା’ ଦୁର୍ଗାଙ୍କୁ ସମର୍ପିତ ‘ନବ ଦୂର୍ଗେ ନମଃ ନମଃ’, ଭଜନକୁ ଲୋକେ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ‘ଭକ୍ତି ଦର୍ଶନ’ ନାମକ ୟୁଟ୍ୟୁବ୍ ଚାନେଲରେ ରବିବାର ଗୀତଟି ରିଲିଜ ହେବା ପରେ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭଜନଟିକୁ ବାଲ୍ ସନ୍ଦୀପ କୁମାର ଲେଖିଥିବା ବେଳେ, ଅଭିଲିପ୍ସାଙ୍କ ଦମଦାର କଣ୍ଠର ଯାଦୁକୁ ଦେଶ ବିଦେଶରେ ପସନ୍ଦ କରାଯାଉଛି।

ସେହିପରି ମଙ୍ଗଳବାର ଆଉ ଏକ ସଂସ୍କୃତ ଭଜନ ‘ଅର୍ଗଳା ସ୍ତୋତ୍ରମ୍’ ଅଭିଲିପ୍ସାଙ୍କ ୟୁ ଟ୍ୟୁବ ଚାନେଲ ରକଷ୍ଟାର ଅଭିଲିପ୍ସା ପଣ୍ଡାରେ ରିଲିଜ୍ ହୋଇଛି। କେନ୍ଦୁଝର ବଡବିଲର ଝିଅ ଅଭିଲିପ୍ସା ପଣ୍ଡା ଏହା ମଧ୍ୟରେ ଅନେକ ଗୀତରେ କଣ୍ଠଦାନ କରିସାରିଲେଣି। ଆଗାମୀ ଦିନରେ ସେ ଆହୁରି ସୁନ୍ଦର ଭଜନ ଶ୍ରୋତା ମାନଙ୍କୁ ଭେଟି ଦେବା ସହିତ ବଲିଉଡରେ ଜଗତରେ ଗୀତ ଗାଇବାକୁ ଇଚ୍ଛା ରଖିଛନ୍ତି। ଦୁର୍ଗାପୂଜା ଅବସରରେ ସେ ତାଙ୍କ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related Articles

Back to top button