ରେଳ କର୍ମଚାରୀଙ୍କୁ ପୂଜା ଛୁଟି ପୂର୍ବରୁ ମିଳିବ ୭୮ଦିନର ଉତ୍ପାଦନ ଆଧାରିତ ବୋନସ୍‍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ କର୍ମଚାରୀମାନଙ୍କୁ ୭୮ଦିନର ଉତ୍ପାଦନ ଆଧାରିତ ବୋନସ୍‍ ପ୍ରଦାନକୁ ଅନୁମୋଦନ କରିଛନ୍ତି। ରେଳ ବିଭାଗର ସମସ୍ତ ଯୋଗ୍ୟ ଅଣଗେଜେଟେଡ୍‍ କର୍ମଚାରୀ ଏହି ବୋନସ୍‍ ପାଇବେ। ଏହି ନିଷ୍ପତ୍ତି ଫଳରେ ପ୍ରାୟ ୧୧ ଲକ୍ଷ ୨୭ ହଜାର କର୍ମଚାରୀ ଉପକୃତ ହେବେ। ପୂଜା ଛୁଟି ପୂର୍ବରୁ କର୍ମଚାରୀମାନଙ୍କୁ ଏହି ବୋନସ୍‍ ପ୍ରଦାନ କରାଯିବ।

ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି ଯାତ୍ରୀ ଓ ସାମଗ୍ରୀ ପରିବହନ କ୍ଷେତ୍ରରେ ରେଳ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଏହି ୭୮ଦିନର ବୋନସ୍‍ ପ୍ରଦାନ ଯୋଗୁଁ ରେଳବାଇ ଉପରେ ୧ ହଜାର ୮୩୨କୋଟି ଟଙ୍କାର ବୋଝ ପଡ଼ିବ।

Related Articles

Back to top button