ଯୁଦ୍ଧ ବିରାମ ପାଇଁ ରୁଷ ଏବଂ ୟୁକ୍ରେନକୁ ଅପିଲ କଲେ ପୋପ ଫ୍ରାନସିସ୍

ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଥିଲା ରୁଷ । ହେଲେ ଏବେ ଏହି ଯୁଦ୍ଧ ଶେଷ ହେବାର ନାଁ ଧରୁ ନାହିଁ । ୟୁକ୍ରେନର ଚାରୋଟି ବଡ଼ ସହରକୁ ନିଜ ଦେଶରେ ବିଲୟ କରିଛି ରୁଷ । ଅନ୍ୟପଟେ ପୋପ ଫ୍ରାନସିସ୍ ଯୁଦ୍ଧ ସମାପ୍ତି ପାଇଁ ପୁଣି ଥରେ ଉଭୟ ଦେଶକୁ ଅପିଲ କରିଛନ୍ତି । ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ଅସାମାନ୍ୟ ପରିସ୍ଥିତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ଏହାସହ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ଶେଷ କରିବା ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଶାନ୍ତି ପ୍ରସ୍ତାବ ଦିଗରେ ଆଗକୁ ବଢିବାକୁ ଅପିଲ କରିଛନ୍ତି ।

ରବିବାର ସେଣ୍ଟ ପିଟର ସ୍କ୍ୱାୟରରେ ଏଞ୍ଜେଲସ ପ୍ରେୟର ସମୟରେ ପୋପ ପ୍ରାନସିସ୍ ନିଜ ଭାଷଣରେ ଏହି ଅପିଲ କରିଛନ୍ତି । ନିଜ ଭାଷଣରେ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହା ଅତ୍ୟନ୍ତ ଗମ୍ଭୀର, ବିନାଶକାରୀ ଏବଂ ବିପଦଜ୍ଜନକ ହୋଇଛି ବୋଲି ସେ କହିଛନ୍ତି । ଏହାର ପ୍ରଭାବ କେବଳ ଏହି ଦୁଇ ଦେଶ ନୁହେଁ ସାରା ଦୁନିଆ ଉପରେ ପଡିବ ବୋଲି ସେ କହିଛନ୍ତି ।

ପୋପ ଫ୍ରାନସିସ୍ ଯୁଦ୍ଧକୁ ଅଜଥା କହିଛନ୍ତି । ଏହାସହ ଯୁଦ୍ଧ କେବେ ସମାଧାନ ନୁହେଁ, କେବଳ ବିନାଶ ଏହା ଅନୁଭବ କରିବାକୁ ଆଉ କେତେ ରକ୍ତପାତ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

Related Articles

Back to top button