ଭାରତୀୟ ମହାକାଶ ଗବେଷଣା ସଂଗଠନର ମୁଖ୍ୟ ଏସ୍ ସୋମନାଥ କ୍ୟାନ୍ସରରେ ପୀଡ଼ିତ

ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO )ର ମୁଖ୍ୟ ଏସ୍ ସୋମନାଥ । ଦୀର୍ଘ ଦିନ ଧରି ସେ କ୍ୟାନସର ସହ ସଂଘର୍ଷ କରୁଥିଲେ । ଆଦିତ୍ୟ -L1 ମିଶନ ଲଞ୍ଚିଂ ସମୟରେ ତାଙ୍କୁ ଏହି ଗମ୍ଭୀର ରୋଗ ବିଷୟରେ ଜଣାପଡ଼ିଥିବା ନେଇ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି । ଚନ୍ଦ୍ରଯାନ-୩ ମିଶନ ସମୟରେ ମଧ୍ୟ ସୋମନାଥଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା । ଏହି ଖବର କେବଳ ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ପରିବାର ପାଇଁ ମଧ୍ୟ ଏକ ବଡ଼ ଝଟକା ଥିଲା ।

ଏକ ଇଣ୍ଟରଭ୍ୟୁରେ ଏସ୍ ସୋମନାଥ କହିଛନ୍ତି ଯେ, ଚନ୍ଦ୍ରଯାନ-୩ ମିଶନଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । କିନ୍ତୁ କ’ଣ ହୋଇଛି ବୋଲି ସ୍ପଷ୍ଟ ହୋଇନଥିଲା । କିନ୍ତୁ ଆଦିତ୍ୟ ମିଶନର ଲଞ୍ଚିଙ୍ଗ ଦିନ ହିଁ ତାଙ୍କ କ୍ୟାନ୍ସର ହୋଇଥିବା ରିପୋର୍ଟରେ ଜଣାପଡିଲା । ଏଥିରେ ତାଙ୍କ ପରିବାର ସହ ପୁରା ଇସ୍ରୋର ଟିମକୁ ଝଟକା ଲାଗିଥିଲା । କିନ୍ତୁ ସମସ୍ତଙ୍କୁ ବୁଝାଇବା ସହ ମିଶନକୁ ସଫଳ କରିବାକୁ ନିଜ ଟିମକୁ ପ୍ରୋତ୍ସାହିତ କରିଥିଲେ । ଏହା ଭିତରେ ସୋମନାଥଙ୍କର ରେଗୁଲାର ସ୍କାନିଂ ହେବା ସହ ଏକ ସର୍ଜରୀ ମଧ୍ୟ ସରିଛି । ଏବେ ଏସ୍ ସୋମନାଥ ସୁସ୍ଥ ଅନୁଭବ କରୁଥିଲେ ବି ଔଷଧ ସେବନ କରୁଥିବା କହିଛନ୍ତି ।

Related Articles

Back to top button