‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ

ପୁଣି ଥରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ଇସ୍ରୋ। ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)। ଏକ ଟୁଇଟ ମାଧ୍ୟମରେ ଇସ୍ରୋ ଏହି ସୂଚନା ଦେଇଛି।

ସୂଚନାଯୋଗ୍ୟ ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ବଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ। ପୁନଃ ବ୍ୟବହାର ଯୋଗ୍ୟ ରକେଟ ବିଭାଗରେ ସଫଳତା ହାସଲ କରିବା ପାଇଁ ଭାରତ ପାଇଁ ଏହା ଏକ ବଡ ପଦକ୍ଷେପ ଅଟେ ।

ଇସ୍ରୋ ସୂଚନା ଦେଇଛି, ଆରଏଲଭି LEX-02 ଅବତରଣ ପରୀକ୍ଷଣ ମାଧ୍ୟମରେ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ (ଆରଏଲଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହି ପରୀକ୍ଷଣ କର୍ଣ୍ଣାଟକର ଚିତ୍ରଦୁର୍ଗସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ଆଜି ସକାଳ ୭ଟା୧୦ମିନିଟ୍ କରାଯାଇଥିଲା। ୱିଙ୍ଗେଡ ପୁଷ୍ପକ (ଆରଏଲଭି-ଟିଡି) ଲଞ୍ଚ ହେବା ପରେ ଠିକ୍ ଠାକ ଭାବରେ ରନୱେରେ ସଫଳତାର ସହ ଅବତରଣ କଲା। ବାୟୁସେନା ହେଲିକପ୍ଟର ମାଧ୍ଯମରେ ଏହି ରକେଟକୁ ଆକାଶରୁ ଖସାଯାଇଥିଲା।

Related Articles

Back to top button