ଶ୍ରୀମନ୍ଦିର ଭିତରେ ନଜର ଆସିଲେ ମହିଳା ବିଦେଶୀ ପର୍ଯ୍ୟଟକ

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି। ମନ୍ଦିର ଭିତରେ ନଜର ଆସିଲେ ମହିଳା ବିଦେଶୀ ପର୍ଯ୍ୟଟକ। ବାଇଶି ପାହାଚ ନିକଟରୁ ସେବାୟତଙ୍କ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି ।ସିଂହଦ୍ୱାର ଥାନାରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ପୁଲିସ ଦ୍ୱାରା ଅଟକ ବିଦେଶୀ ନାଗରିକଙ୍କ ପରିଚୟ, ଭିସା ଓ ପାସପୋର୍ଟ ଯାଂଚ କରାଯାଉଛି । ଗତ କିଛି ଦିନ ହେଲା ୫ଜଣ ବାଂଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ପୁଲିସ ସମ୍ପୃକ୍ତ ବାଂଲାଦେଶୀଙ୍କୁ ଅଟକ ରଖି ଛାନଭିନ କରୁଛି । ତେବେ ବାଂଲାଦେଶ ଦୂତାବାସ ସହ ଆଲୋଚନା ପରେ ତାଙ୍କ ପାର୍ସପୋର୍ଟ ଯାଂଚ କରାଯାଇଥିଲା । ସେମାନଙ୍କ ବିରୋଧରେ କୌଣସି ସନ୍ଦେହ ଜନକ ତଥ୍ୟ ନମିଳିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି ।

Related Articles

Back to top button