ଭାରତର ସବୁଠାରୁ ବଡ କାର ଚୋର ଧରା ପଡିଲା, ୨୪ ବର୍ଷରେ ୫୦୦୦ କାର ଚୋରି କରିଥିଲା

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ କାର ଚୋର ଧରାପଡିଛି। ଅନୀଲ ଚୌହ୍ୱାନ ନାମକ ଏକ ଧୂର୍ତ ଚୋର ୨୪ ବର୍ଷରେ ୫୦୦୦ରୁ ଅଧିକ କାର ଚୋରି କରିଥିଲା । ୫୨ ବର୍ଷୀୟ ଅନୀଲର ନେଟୱର୍କ ସାରା ଦେଶରେ ଥିଲା। ପୋଲିସ ଗିରଫ କରିବା ସମୟରେ ତା ନିକଟରୁ ୬ଟି ଦେଶୀ ବନ୍ଧୁକ ଓ ୭ଟି ଅଫୁଟା ଗୁଳି ଜବତ ହୋଇଥିଲା। ଗୋଟିଏ ଚୋରି ମୋଟରସାଇକେଲ ଏବଂ କାର ମଧ୍ୟ ଜବତ କରାଯାଇଛି। ଏହି ଶିକ୍ଷିତ ଚୋର ନାମରେ ୧୮୦ଟି ମାମଲା ରହିଥିଲା। ଆସାମର ତେଜପୁରରେ ସେ ଯୁକ୍ତ୨ ପାଠ ପଢ଼ିବା ପରେ ୧୯୯୮ରେ ଅପରାଧ ଦୁନିଆରେ ପାଦ ଦେଇଥିଲା।

ପୂର୍ବରୁ ଅନେକ ଥର ଗିରଫ ହୋଇ ଜେଲ ଯାଇଥିଲେ ମଧ୍ୟ ସେ ବଦଳି ନ ଥିଲା । ଅନୀଲ କିଛି ଦିନ କଂଟ୍ରାକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଥିଲା । ମାତ୍ର ଏଥିରେ ବି ଦୁର୍ନୀତି କରିବାରୁ ତାର ଲାଇସେନ୍ସ ରଦ୍ଦ ହୋଇଥିଲା । ଇଡି ତାର ଘର ଚଢ଼ାଉ କରି ସମ୍ପତି ଜବତ କରିବା ପରେ ସେ ପୁନର୍ବାର କାର ଚୋରୀକୁ ଓହ୍ଲାଇଥିଲା । ସୁଚିନ୍ତିତ ଯୋଜନା କରି କାର ଚୋରି କରିବା ପରେ ସେ ଏହାକୁ ତା’ର ନେଟୱର୍କ ମାଧ୍ୟମରେ ଅନ୍ୟ ରାଜ୍ୟକୁ ପଠାଇ ଦେଉଥିଲା।

Related Articles

Back to top button