କାର ପଛ ସିଟରେ ବସୁଥିବା ଯାତ୍ରୀ ମଧ୍ୟ ସିଟ୍ ବେଲ୍ଟ ବାନ୍ଧିବା ଆବଶ୍ୟକ – ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ମର୍ସିଡିଜ ଭଳି ଦାମୀ କାରରେ ଯିବା ବେଳେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ଆଇଏଏର ସର୍ବଭାରତୀୟ ସମ୍ମିଳନୀ ’ନେସନ୍ସ ବ୍ରାଣ୍ଡ’ କୁ ସମ୍ବୋଧିତ କରି କାରରେ ଯାତ୍ରା କରିବା ବେଳେ ଲୋକମାନେ କିଭଳି ସିଟ୍ ବେଲ୍ଟ ବାନ୍ଧୁ ନାହନ୍ତି ଏବଂ ଏହାଦ୍ୱାରା କେମିତି ଦୁର୍ଘଟଣା ହେଉଛି  ସେ ପ୍ରସଙ୍ଗରେ କହିଥିଲେ। ଏଥିସହ ଶିଳ୍ପପତି ସାଇରସଙ୍କ ଦୁର୍ଘଟଣାରେ ମୃତ୍ୟୁ ଦେଶ ପାଇଁ ବଡ଼ କ୍ଷତି ବୋଲି ସେ କହିଥିଲେ।

ଏହି ସମୟରେ ସେ ସଡ଼କ ଦୁର୍ଘଟଣା ବିଷୟରେ ମଧ୍ୟ କହିଥିଲେ। ଗଡକରୀ କହିଛନ୍ତି ଯେ ସଡକ ସୁରକ୍ଷା ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ମନ୍ତ୍ରୀ କହିଛନ୍ତି, ଲୋକମାନେ ଭାବନ୍ତି ଯେ ପଛ ସିଟରେ ବସିଲେ ସେମାନେ ସିଟ୍ ବେଲ୍ଟ  ପିନ୍ଧିବା ଦରକାର ନାହିଁ। ଏହା ହେଉଛି ମୂଳ ଅସୁବିଧା। କୌଣସି ଦୁର୍ଘଟଣା ସମ୍ପର୍କରେ ଏପରି ପ୍ରତିକ୍ରିୟା ଦେଉନାହିଁ। କିନ୍ତୁ କାରରେ ବସୁଥିବା ସମସ୍ତ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିବା ଆବଶ୍ୟକ।

ସେ ଆହୁରି କହିଛନ୍ତି ଯେ କାରରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସିଟ୍ ବେଲ୍ଟ ପିନ୍ଧିବା ଜରୁରୀ। ଯେଉଁ କାର ଗୁ଼ଡିକ ଦେଶ ବାହାରକୁ ରପ୍ତାନୀ ହେଉଛି ସେଥିରେ ୬ଟି ଏୟାର ବ୍ୟାଗ ରହୁଛି ହେଲେ ସମାନ କାର ଦେଶରେ ବିକ୍ରି ହେବା ବେଳେ କାହିଁକି ୪ଟି ଏୟାର ବ୍ୟାଗ ରହୁଛି ସେ ନେଇ କାର ନିର୍ମାତା କମ୍ପାନୀଙ୍କୁ ପ୍ରଶ୍ନ କରିଛନ୍ତି। ସେମାନଙ୍କ ଜୀବନର ମୂଲ୍ୟ ରହିଛି ହେଲେ ଯେଉଁ ଦେଶରେ କାର ତିଆରି କରୁଛ ସେମାନଙ୍କ ଜୀବନର ମୂଲ୍ୟ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Related Articles

Back to top button