ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୧୪୦ ନିୟୁତ ଡଲାର ବୃଦ୍ଧି

ଚଳିତ ମାର୍ଚ୍ଚ ୨୨ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୧୪୦ ନିୟୁତ ଡଲାର ବୃଦ୍ଧି ପାଇଛି। ଏହି ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବୋଚ୍ଚ ସ୍ତର ୬୪୨ ବିଲିୟନ ଡଲାର ଛୁଇଁଥିବା ସୂଚନା ମିଳିଛି।

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, କ୍ରମାଗତ ୫ମ ସପ୍ତାହ ପାଇଁ ବୈଦେଶିକ ମୁଦ୍ରା ଭଣ୍ଡାରରେ ଏହି ବୃଦ୍ଧି ରେକର୍ଡ ହୋଇଛି। ତେବେ ସପ୍ତାହେ ମଧ୍ୟରେ ସ୍ବର୍ଣ୍ଣ ଭଣ୍ଡାର ୩୪୭ ନିୟୁତ ଡଲାର ବୃଦ୍ଧି ପାଇ ୫୧ ବିଲିୟନ ଡଲାରରେ ପହଞ୍ଚିଛି। ସେହିପରି ସାମଗ୍ରିକ ଭଣ୍ଡାରର ଏକ ପ୍ରମୁଖ ଉପାଦାନ ବିଦେଶୀ ମୁଦ୍ରା ସମ୍ପତ୍ତି ୧୨୩ ନିୟୁତ ଡଲାର ହ୍ରାସ ପାଇ ୫୬୮ ବିଲିୟନ ଡଲାରରେ ପହଞ୍ଚିଛି।

Related Articles

Back to top button