ବିମାନ ତଳେ କାର୍ ପାର୍କିଂ ହୋଇଥିବା ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ମଙ୍ଗଳବାର ସାମ୍ନାକୁ ଆସିଛି। ଏଥିରେ ଇଣ୍ଡିଗୋ ବିମାନର ସମ୍ମୁଖ ଭାଗ ତଳେ ଗୋ ଗ୍ରାଉଣ୍ଡରେ ଏକ ମାରୁତି କାର୍ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି। ଏହି ବିମାନ ଦିଲ୍ଲୀରୁ ପାଟନା ଯିବା ପାଇଁ ଉଡ଼ାଣ ଭରିବାକୁ ଯାଉଥିଲା। ଏ ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଜଣେ ଯାତ୍ରୀ ଏହି ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଜଣାପଡିଛି।

ଏପରି ଭିଡିଓ ଏଥିପାଇଁ ଚିନ୍ତାର କାରଣ ଯେ, ବିମାନବନ୍ଦର ଟ୍ରାଫିକ୍ ଦୃଷ୍ଟିରୁ ଏହା ଏକ ବ୍ୟସ୍ତବହୁଳ ବିମାନବନ୍ଦର। ବିମାନବନ୍ଦର ପରିଷଦ ଇଣ୍ଟରନ୍ୟାସନାଲ (ଏସିଆଇ) ୱାର୍ଲ୍ଡ ଦ୍ୱାରା ପ୍ରକାଶିତ ବିଶ୍ୱ ବିମାନ ଟ୍ରାଫିକ୍ ମାନ୍ୟତା ତାଲିକା ଅନୁଯାୟୀ ଏହା ବିଶ୍ୱର ବ୍ୟସ୍ତବହୁଳ ବିମାନବନ୍ଦରରେ ଅନ୍ତର୍ଭୁକ୍ତ। ଏହା ବିଶ୍ୱରେ ୧୩ ତମ ସ୍ଥାନରେ ରହିଛି । ଏହା ସହିତ ଘରୋଇ ଉଡ଼ାଣ ସଂଖ୍ୟା ମଧ୍ୟ ବହୁତ ଅଧିକ।

Related Articles

Back to top button