ଭାରତୀୟ ନୌସେନାରେ ସାମିଲ ହେଲା ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତ
କୋଚି: ଲୋକାର୍ପିତ ହୋଇଛି ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତ । ଏହି ସ୍ୱଦେଶୀ ଏୟାରକ୍ରାଫ୍ଟ ଏବେ ଦେଶର ନୌସେନାକୁ ମଜବୁତ କରିବ। ପଡୋଶୀ ଚୀନ ସମୁଦ୍ର ଭିତରେ ନିଜର ପତିଆରା ଦେଖାଉଥିବା ବେଳେ ଭାରତ ମଧ୍ୟ ନିଜର ସ୍ୱଦେଶୀ ଜ୍ଞାନକୌଶଳ ଜରିଆରେ ସମୁଦ୍ର ଭିତରକୁ ଛାଡିଛି ଏୟାରକ୍ରାଫ୍ଟ କ୍ୟାରିଅର।
ଆଇଏନଏସ ବିକ୍ରାନ୍ତ
ଆଇଏନଏସ ବିକ୍ରାନ୍ତ ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ପରିପାଟୀ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବା ବେଳେ ଭାରତ ସରକାରଙ୍କ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ, ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି । ଭାରତୀୟ ସାମୁଦ୍ରିକ ଇତିହାସରେ ସର୍ବବୃହତ ଏହି ଜାହାଜ ବିକ୍ରାନ୍ତରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥା ରହିଛି ।
୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି । ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି । ବିକ୍ରାନ୍ତ ନୌସେନାରେ କମିଶନଭୁକ୍ତ ହେବାଦ୍ୱାରା ଭାରତର ଦୁଇଟି ଏୟାରକ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ ।
BREAKING NEWS
- ବାପାଙ୍କ ଶ୍ରାଦ୍ଧ ଦିନ ବିଚାରପତି ପୁଅଙ୍କ ଆତ୍ମହତ୍ୟା
- ଭୂତିଆଙ୍କୁ ହରାଇ ଚୌବେ ହେଲେ ଏଆଇଏଫଏଫର ନୂତନ ସଭାପତି
- ତାନ୍ତ୍ରିକକୁ କାହିଁକି ହତ୍ୟା କଲା ଯୁବକ?
- ସରକାରୀ ଜମିରେ ରାଜ କରୁଛନ୍ତି ଠିକାଦାର, ଅଭିଯୋଗ ପରେ ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ
- ନୌସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତ
- ଏସିଆ କପରୁ ଓହରିଲେ ଜାଡେଜା, ଦଳରେ ସାମିଲ ହେଲେ ଅକ୍ଷର
- ଲୋକଙ୍କୁ ଠିକ୍ ସମୟରେ ସେବା ମିଳୁନଥିଲା, ତହସିଲଦାରଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ
- ଗଣେଶ ପୂଜା ଭସାଣିରେ ହତ୍ୟା ଉଦ୍ୟମ; ଯୁବକ ଗୁରୁତର
- କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା
- ବେଗୁନିଆପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ