ପଛରେ ପଡିଲେ ସୁନାକ, ଲିଜ୍‌ ଟ୍ରସ୍‌ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ:. ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ  ଲିଜ୍‌ ଟ୍ରସ୍‌ ଆଗରେ ଅଛନ୍ତି। ସେ ଭାରତୀୟ ବଂଶୋଦ୍ଭବ ତଥା କଞ୍ଜରଭେଟିଭ୍‌ ପାର୍ଟିର ଋଷି ସୁନକଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରାୟ ଏକ ଡଜନ ବିତର୍କ ଏବଂ ତିନୋଟି ଟିଭି ବିତର୍କ ପରେ ପ୍ରତିଦ୍ୱନ୍ଦ୍ୱୀ ଲିଜ ଟ୍ରସ ସୁନକଙ୍କଠାରୁ ଆଗରେ ଅଛନ୍ତି। କଞ୍ଜରଭେଟିଭ୍‌ ପାର୍ଟି ସଦସ୍ୟଙ୍କ ପାଇଁ ମତଦାନ ଶୁକ୍ରବାର ଶେଷ ହୋଇଛି।
ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବେ ତାର ଫଳାଫଳ ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ। ପରଦିନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନିକଟରେ ଆନୁଷ୍ଠାନିକ ଭାବେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ।
ଜନସନଙ୍କ ଇସ୍ତଫା ଘୋଷଣା ହେବାର ଏକ ମାସ ପରେ, ପ୍ରାୟ ୨୦୦,୦୦୦ ଟୋରୀ ସଦସ୍ୟ (କଞ୍ଜରଭେଟିଭ୍‌ ପାର୍ଟିର ସମର୍ଥକ କିମ୍ବା ସଦସ୍ୟ)ଙ୍କ ଦ୍ୱାରା ମେଲ ଏବଂ ଅନଲାଇନ ଭୋଟ ଅଗଷ୍ଟ ମାସ ଆରମ୍ଭ ହୋଇ ଶୁକ୍ରବାର ୫ଟାରେ ଶେଷ ହୋଇଥିଲା। ଏଥିରେ ଲିଜ୍‌ ଟ୍ରସ୍‌ ଆଗରେ ରହିଛନ୍ତି।

Related Articles

Back to top button