ଭାରତୀୟ ନୌସେନାରେ ସାମିଲ ହେଲା ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତ

କୋଚି: ଲୋକାର୍ପିତ ହୋଇଛି ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତ । ଏହି ସ୍ୱଦେଶୀ ଏୟାରକ୍ରାଫ୍ଟ ଏବେ ଦେଶର ନୌସେନାକୁ ମଜବୁତ କରିବ। ପଡୋଶୀ ଚୀନ ସମୁଦ୍ର ଭିତରେ ନିଜର ପତିଆରା ଦେଖାଉଥିବା ବେଳେ ଭାରତ ମଧ୍ୟ ନିଜର ସ୍ୱଦେଶୀ ଜ୍ଞାନକୌଶଳ ଜରିଆରେ ସମୁଦ୍ର ଭିତରକୁ ଛାଡିଛି ଏୟାରକ୍ରାଫ୍ଟ କ୍ୟାରିଅର।

ଆଇଏନଏସ ବିକ୍ରାନ୍ତ

ଆଇଏନଏସ ବିକ୍ରାନ୍ତ ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ପରିପାଟୀ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବା ବେଳେ ଭାରତ ସରକାରଙ୍କ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ, ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି । ଭାରତୀୟ ସାମୁଦ୍ରିକ ଇତିହାସରେ ସର୍ବବୃହତ ଏହି ଜାହାଜ ବିକ୍ରାନ୍ତରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥା ରହିଛି ।

୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି । ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି । ବିକ୍ରାନ୍ତ ନୌସେନାରେ କମିଶନଭୁକ୍ତ ହେବାଦ୍ୱାରା ଭାରତର ଦୁଇଟି ଏୟାରକ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ ।

ନୌସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତ

ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶବାଦ କାଳର ନୌସେନା ପତାକା ବଦଳରେ ଭାରତୀୟ ସାମୁଦ୍ରିକ ଐତିହ୍ୟ ଦ୍ୱାରା ସମୃଦ୍ଧ ନୂତନ ପତାକାକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେରଳର ଉପକୂଳ, ଭାରତ ଓ ପ୍ରତ୍ୟେକ ଭାରତୀୟ ଆଜି ଏକ ନୂତନ ଭବିଷ୍ୟତର ସୂର୍ୟୋଦୟ ଅବଲୋକନ କରୁଛନ୍ତି । ଆଇଏନଏସ ବିକ୍ରାନ୍ତରେ ଏହି ସମାରୋହ ପାଳିତ ହେଉଥିବା ବେଳେ ବିଶ୍ୱର ଦିଗବଳୟରେ ଏହା ଭାରତର ଉତ୍ସାହ ଓ ଉଦ୍ଦୀପନାର ଏକ କୃତାଞ୍ଜଳି । ଆମ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ଏକ ସମର୍ଥ ଓ ମଜଭୁତ ଭାରତର ସ୍ୱପ୍ନ ଦେଖିଥିଲେ ଆଜି ତାହା ପ୍ରଦର୍ଶିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ବିକ୍ରାନ୍ତ ବିଶାଳ, ବୃହତକାୟ ଓ କଳେବରରେ ମହାନ । ବିକ୍ରାନ୍ତ ମହାନ ଓ ସ୍ୱତନ୍ତ୍ର । ବିକ୍ରାନ୍ତ କେବଳ ଏକ ଯୁଦ୍ଧ ପୋତ ନୁହଁ, ଏହା କଠିନ ପରିଶ୍ରମ, ମେଧା, ପ୍ରଭାବ ଓ ଏକବିଂଶ ଶତାବ୍ଦୀରେ ଭାରତୀୟ ଅଙ୍ଗୀକାରବଦ୍ଧତାର ଏକ ପ୍ରତୀକ । ଯଦି ଲକ୍ଷ୍ୟ ସ୍ଥଳ ଦୂରରେ ଓ ଯାତ୍ରା ଲମ୍ବା; ମହାସାଗର ଓ ଆହ୍ୱାନଗୁଡିକ ଅସୀମ ତେବେ ଭାରତର ଉତ୍ତର ହେଉଛି ବିକ୍ରାନ୍ତ । ଆଜାଦୀ କା ଅମୃତ ମହୋତ୍ସବର ଅତୁଳନୀୟ ଅମୃତ ହେଉଛି ବିକ୍ରାନ୍ତ । ଭାରତ ଆତ୍ମନିର୍ଭରଶୀଳ ହେବାର ବିକ୍ରାନ୍ତ ଏକ ଅନନ୍ୟ ପ୍ରତିଫଳନ ।”

Related Articles

Back to top button