ସିଆର୍‌ପିଏଫ୍‌ ଓ ଆଇଟିବିପି ଡିଜି ନିଯୁକ୍ତି ଦେଲେ ସରକାର

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଫିସର ସୁଜୋୟ ଲାଲ୍ ଥାଓସେନ ଏବଂ ଅନୀଶ ଦୟାଲ ସିଂହ ଯଥାକ୍ରମେ ସିଆର୍‌ପିଏଫ୍‌ ଓ ଆଇଟିବିପି ଡିଜି ନିଯୁକ୍ତ ହୋଇଛନ୍ତି। ଏନେଇ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଲେଟର ଜାରି କରି ସୂଚନା ଦିଆଯାଇଛି।

୧୯୮୮ ବ୍ୟାଚ୍‌ର ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ୍ ଅଫିସର ଥାଓସେନ ବର୍ତ୍ତମାନ ବର୍ଡର ଶାସ୍ତ୍ରୀୟ ସୀମା ବଳର ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ତା ସହିତ ଇଣ୍ଡୋ-ତିବେତାନ ବର୍ଡର ପୁଲିସର ଦାୟିତ୍ୱ ବି ସମ୍ଭାଳିଛନ୍ତି। ତାଙ୍କୁ ସିଆର୍‌ପିଏଫର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର କୁଲଦୀପ ସିଂହ ଅବସର ନେବା ପରେ ଶୁକ୍ରବାର ଠାରୁ ସିଆର୍‌ପିଏଫ୍ ଡିଜି ପଦ ଖାଲି ପଡ଼ିଥିଲା। ଏବେ ଥାଓସେନ ଏହି ଦାୟିତ୍ୱ ସମ୍ଭାଳିବେ।

୧୯୮୮ ବ୍ୟାଚ୍ ମଣିପୁର କ୍ୟାଡର ଅଫିସର ଅନୀଶ ଦୟାଲ ସିଂହ ବର୍ତ୍ତମାନ ଗୁଇନ୍ଦା ବିଭାଗର (ଆଇବି) ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଆଇଟିବିପି ଡିଜି ନିଯୁକ୍ତି ଦିଆଯାଇଛି।

ସୂଚନା ଥାଉକି ଚଳିତ ବର୍ଷ ନଭେବମ୍ବରରେ ଥାଓସେନ୍ ଅବସର ନେବାକୁ ଥିବା ବେଳେ ଶ୍ରୀ ସିଂହ ୨୦୨୪ ଡିସେମ୍ବରରେ ଅବସର ନେବେ।

Related Articles

Back to top button