ଫ୍ଲାଟ ଦେବାକୁ କହି ୨୦ କୋଟି ଠକିଥିବା କମ୍ପାନୀର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କୁ ଗିରଫ କଲା ଇଓଡ଼ବ୍ଲ୍ୟୁ

ଭୁବନେଶ୍ୱର: ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ଗିରଫ ହୋଇଛନ୍ତି । ଗିରଫ ନିର୍ଦ୍ଦେଶକଙ୍କ ନାମ ମନୋଜ ପଣ୍ଡା ।

ଖବର ଅନୁଯାୟୀ, ଗତ କିଛି ତଳେ ମନୋଜ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିଥିଲା ଇଓଡ଼ବ୍ଲ୍ୟୁ । ଆପାର୍ଟମେଣ୍ଟ ଓ  ଫ୍ଲାଟ ଦେବା ନାଁରେ ୨୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଫ୍ଲାଟ ଓ ଆପାର୍ଟମେଣ୍ଟ ଦେବାକୁ କହି ଟଙ୍କା ନେଇଥିଲା । ୨୦୧୩ ରୁ ୨୦୧୬ ମଧ୍ୟରେ ୪୨ ଜଣଙ୍କ ଠାରୁ ୨୦ କୋଟି ନେଇଥିଲା ସଂସ୍ଥା ।  ୨୦୧୮ ମସିହାରେ ଫ୍ଲାଟ ଦେବାକୁ କହିଥିଲେ । ଟଙ୍କା ପାଇବା ପରେ ଛୁ ମାରିଥିଲେ ମନୋଜ ପଣ୍ଡା । ଟଙ୍କା ଦେଇଥିବା ଜମାକାରି ଇଓଡ଼ବ୍ଲ୍ୟୁ ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡ଼ବ୍ଲ୍ୟୁ । ।

Related Articles

Back to top button