ଆଇଆରସିଟିସିର ନୂଆ ସେବା: ମାତ୍ର ୪୦ ଟଙ୍କାରେ ମିଳୁଛି ଭାରତୀୟ ରେଳବାଇର ରିଟାୟାରିଂ ରୁମ
ନୂଆଦିଲ୍ଲୀ: ସମସ୍ତ ରେଳଯାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଅନେକ ସମୟରେ ଟ୍ରେନ ବିଳମ୍ବରେ ଆସିବା କାରଣରୁ ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଟ୍ରେନର ଧୀର ଗତି ପାଇଁ ତା’ର ଗସ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ । ଏଭଳି ସ୍ଥିତିରେ ଯାତ୍ରୀମାନେ ଟ୍ରେନକୁ ଅପେକ୍ଷା କରି କରି ଷ୍ଟେସନରେ ଥଣ୍ଡାରେ କଲବଲ ହୋଇଥାନ୍ତି । ତେବେ ଯାତ୍ରୀଙ୍କୁ ଏଣିକି ଆଉ ପୂର୍ବ ପରି ବାହାରେ ପଡ଼ି ରହି ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ ।
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ କର୍ପୋରେସନ (ଆଇଆରସିଟିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ଯଦି ଆପଣଙ୍କ ପାଖରେ କନଫର୍ମ ଟିକେଟ ରହିଥିବେ ତେବେ ଆପଣ ମାତ୍ର ୪୦ ଟଙ୍କାରେ ଏକ ଶାନଦାର ରୁମ୍ ପାଇବା ସହ ସେଠାରେ ୪୮ ଘଣ୍ଟା ପର୍ଯ୍ୟନ୍ତ ରହି ପାରିବେ । ଭାରତୀୟ ରେଳବାଇର ରିଟାୟାରିଂ ରୁମରେ ଆପଣ ଲଗଜୁରୀ ହୋଟେଲର ସୁବିଧା ମିଳିବ । ଏହି ଫାଶିଲିଟି ଆପଣଙ୍କୁ ଅଧିକାଂଶ ବଡ଼ ବଡ଼ ଷ୍ଟେସନରେ ମିଳିପାରିବ ।
ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରେଳବାଇ ଲଗଜୁରୀ ରିଟାୟାରିଂ ରୁମ୍ ପ୍ରସ୍ତୁତ କରିଛି । ତେବେ ଏହି ରୁମ୍ ବୁକ୍ କରିବାକୁ ହେଲେ ଆପଣଙ୍କ ପାଖରେ ପ୍ୟାସେଞ୍ଜର ନମ୍ବର ରେକର୍ଡ (ପିଏନଆର) ନମ୍ବର ରହିଥିବା ଆବଶ୍ୟକ । ଏହି ସୁବିଧା ଆପଣଙ୍କୁ ରେଲୱେର ରିଟାୟାରିଂ ରୁମରେ ମିଳିପାରିବ । ଆପଣ କେବଳ ୨୦-୪୦ ଟଙ୍କା ଭଡ଼ା ଦେଇ ଏହି ରୁମରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନକୁ ଅପେକ୍ଷା କରିପାରିବେ ।
ନୂଆଦିଲ୍ଲୀ, ମୁମ୍ବାଇ, ପୁଣେ ପରି ଦେଶର ବଡ଼ ବଡ଼ ରେଳ ଷ୍ଟେସନମାନଙ୍କରେ ଏହି ରିଟାୟାରିଂ ସୁବିଧା ମିଳୁଛୁ । ତେଣୁ ଆପଣ ନିଜର ଟିକେଟର ପିଏନଆର ନମ୍ବରରେ ଏହି ରୁମ୍ ବୁକିଂ କରିପାରିବେ । ଏଥିସହିତ ନିଜର ସୁବିଧା ମୁତାବକ ଏସି ଓ ନନଏସି ରୁମ ବୁକ୍ କରିପାରିବେ । ରିଟାୟାରିଂ ରୁମ୍ ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଆଲର୍ଟ ହେବ । ଯଦି ରିଟାୟାରିଂ ରୁମ୍ ଫୁଲ ଥିବା ତେବେଳେ ଆପଣଙ୍କ ନାମ ୱେଟିଂ ଲିଷ୍ଟରେ ରହିବ ଓ ରୁମ୍ ଖାଲି ହେଲେ ଆପଣଙ୍କ ବୁକିଂ ଅପଗ୍ରେଡ୍ ହୋଇଯିବ ।