
ଫେବ୍ରୁଆରି ୧୭ ତାରିଖରେ ପାଣିପାଗ ଉପଗ୍ରହ ଉତକ୍ଷେପଣ କରିବ ଇସ୍ରୋ
ଆଉ ଏକ ସଫଳତା ହାସଲ କରିବାକୁ ଯାଉଛି ଇସ୍ରୋ । ଆସନ୍ତା ୧୭ ତାରିଖରେ ପାଣିପାଗ ଉପଗ୍ରହ ଉତକ୍ଷେପଣ କରିବ ଇସ୍ରୋ । ଫେବ୍ରୁଆରି ୧୭ ତାରିଖ ଶନିବାର ପୂର୍ବାହ୍ନ ସାଢ଼େ ପାଞ୍ଚଟାରେ ଜିଏସ୍ଏଲଭି-ଏଫ୍୧୪/ଇନସାଟ୍-୩ଡିଏସ୍ ମିଶନର ଉତକ୍ଷେପଣ କରାଯିବ ପାଇଁ ସ୍ଥିର କରାଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପାଣିପାଗ ସମ୍ପର୍କରେ ସଠିକ ସୂଚନା ପାଇବା ପାଇଁ ଏହା ଇସ୍ରୋର ଏକ ନିଆରା ପ୍ରକ୍ରିୟା ।
ଏହା ହେଉଛି ଇସ୍ରୋର ୧୬ ତମ ଅଭିଯାନ । ଯାହାର ଲକ୍ଷ ହେଉଛି ଇନସାଟ-୩ଡିଏସ ପାଣିପାଗ ଉପଗ୍ରହକୁ ଜିଓସିନକ୍ରୋନସ ଟ୍ରାନ୍ସଫର ଅର୍ବିଟ (ଜିଟିଓ)ରେ ନିୟୋଜିତ କରିବା। ଜିଓସିନ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ହେଉଛି ଏକ ତିନି ପର୍ଯ୍ୟାୟ ୫୧.୭ ମିଟର ଲମ୍ବା ଉତକ୍ଷେପଣ ଯାନ। ଏହାର ଓଜୋନ ୪୨୦ ଟନ୍। ଶାନ୍ତ ୧୭ ତାରିଖରେ ଏହି ଯାନର ଉତକ୍ଷେପଣ ପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।