ଜାମ୍ମୁ-କାଶ୍ମୀରରେ ଭୂକମ୍ପର ଝଟକା ଅନୁଭୂତ

ଭୂକମ୍ପରେ ଥରିଛି ଜାମ୍ମୁ-କାଶ୍ମୀର । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରହିଛି । ସୂଚନା ଅନୁସାରେ, ରବିବାର ରାତିରେ ଜାମ୍ମୁ-କାଶ୍ମୀରରେ ଭୂକମ୍ପ ସୃଷ୍ଟି ହୋଇଥିଲା । ଭୂକମ୍ପର ପ୍ରଭାବ ଜାମ୍ମୁ-କାଶ୍ମୀରର କିସ୍ତଓ୍ବାରରେ ଅନୁଭୂତ ହୋଇଥିଲା । ରାତିରେ ଭୂକମ୍ପ ଅନୁଭୂତ ହେବାପରେ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ । ଭୂକମ୍ପର ପ୍ରଭାବରେ କୌଣସି କ୍ଷୟକ୍ଷତି ହେବାର କୌଣସି ସୂଚନା ମିଳିନାହିଁ । ଭୂକମ୍ପ ପାଇଁ ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳି ଯାଇଥିଲା । ରାତି ସମୟରେ ଭୂକମ୍ପ ହୋଇଥିବାରୁ ଲୋକମାନେ ଅତ୍ୟଧିକ ଭୟଭୀତ ହୋଇଯାଇଥିଲେ ।

ରବିବାର ସକାଳେ ନେପାଳରେ ଭୟଙ୍କର ଭୂକମ୍ପ ସୃଷ୍ଟି ହୋଇଥିଲା । ଯାହାର ତୀବ୍ରତା ୬.୧ ରହିଥିଲା । ଦିନକୁ ଦିନ ଭୂକମ୍ପ ବଢ଼ିବାରେ ଲାଗିଛି । ଯାହା ଲୋକଙ୍କ ଭୟର କାରଣ ମଧ୍ୟ ସୃଷ୍ଟି କରୁଛି ।

Related Articles

Back to top button