ସ୍ୱେଚ୍ଛାକୃତ ଅବସର ନେଲେ ୫ଟି ସଚିବ ଭି. କେ ପାଣ୍ଡିଆନ

ସ୍ୱେଚ୍ଛାକୃତ ଅବସର ନେଲେ ୫ଟି ସଚିବ ଭି. କେ ପାଣ୍ଡିଆନ । ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ ଭିଆରଏସ ଅନୁମତି ମିଳିଛି । ଆଉ ଭିଆରଏସ ନେବା ପରେ ତାଙ୍କର ରାଜନୀତିରେ ପାଦ ଦେବାର ଚର୍ଚ୍ଚା ଜୋରସୋରରେ ଚାଲିଛି ।ତେବେ ଅବସର ପରେ ସେ ବିଜେଡିର କାର୍ଯ୍ୟକାରୀ ପରିଷଦ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ତାଙ୍କ ଅବସର ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ ଚିଠି ଲେଖିଛନ୍ତି କାର୍ମିକ ମନ୍ତ୍ରଣାଳୟ । ଜିଏ ବିଭାଗ ଏସିଏସଙ୍କୁ କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଚିଠି ଲେଖିଥିଲେ। ଭିଆରଏସ ନେଇ ରାଜ୍ୟ ସରକାର ଅକ୍ଟୋବର ୨୦ ତାରିଖରେ ପଠାଇଥିବା ଆବେଦନ ମଞ୍ଜୁର ହୋଇଥିବା ଜଣା ପଡ଼ିଛି । ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ମଞ୍ଜୁର ହୋଇଥିବା ଜଣାପଡିଛି ।

Related Articles

Back to top button