
ଗୁଜୁରାଟ ନିର୍ବାଚନ ଡ୍ୟୁଟିରେ ଥିବା ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ମୃତ ଦୁଇ ଗୁରୁତର
ନୂଆଦିଲ୍ଲୀ: ଆଗକୁ ଗୁଜରାଟରେ ନିର୍ବାଚନ ଥିବା ବେଳେ ଏବେ ଗୁଜୁରାଟର ପୋରବନ୍ଦରରେ ଭାରତୀୟ ରିଜର୍ଭ ବାଟାଲିୟନର ସୈନିକଙ୍କ ମଧ୍ୟରେ ସଂଘର୍ଷ ହେବାର ଖବର ଆସିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସଂଘର୍ଷ ପରେ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଦୁଇ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ତେବେ କେଉଁ କାରଣରୁ ଏହି ସଂଘର୍ଷ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ସୂଚନା ପାଇବା ପରେ ପୋଲିସ ମୃତଦେହ ଜବତ କରିଛି। ଏଥିସହ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ଜବାବଙ୍କ ମଧ୍ୟରେ ଏହି ସଂଘର୍ଷ ଏବଂ ପରେ ଗୁଳି ବିନିମୟ ହୋଇଥିଲା ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ।
ଯବାନ ଜଣକ ଏକେ-୫୬ ସହିତ ତାଙ୍କ ସାଥୀମାନଙ୍କ ଉପରକୁ ଗୁଳି ଚଳାଇଲେ। ତେବେ ଗୁଳି ବିନିମୟ ବେଳେ କୌଣସି ଯବାନ ଡ୍ୟୁଟିରେ ନଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ମୃତ ସୈନିକଙ୍କ ସହକର୍ମୀ ଏବଂ ଅନ୍ୟ ଦଳର ସୈନିକମାନଙ୍କୁ ପଚରାଉଚରା କରୁଛନ୍ତି।