ଫିଫା ବିଶ୍ୱକପ୍‌: ସାଉଦି ଆରବକୁ ୨.୦ରେ ହରାଇଲା ପୋଲାଣ୍ଡ

ଦୋହା: କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ୍‌ରେ ପୋଲାଣ୍ଡ ଓ ସାଉଦି ଆରବ ମଧ୍ୟରେ ଅବିଶ୍ୱସନୀୟ ଓ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି।  ମ୍ୟାଚ୍‌ରେ ପୋଲାଣ୍ଡ ଆର୍ଜେଣ୍ଟିନାକୁ ହରାଇଥିବା ସାଉଦି ଆରବକୁ ୨.୦ରେ ପରାସ୍ତ କରିଛି। ପୋଲାଣ୍ଡ ପକ୍ଷରୁ ଜେଲେନ୍ସକି ପ୍ରଥମ ଗୋଲ୍ ଦେଇ ବୀଜୟୀ ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ। ପ୍ରଥମ ହାପ୍‌ର ୩୯ ମିନିଟ୍‌ରେ ଏହି ଗୋଲ୍ ହୋଇଥିଲା।

ଏହି ଗୋଲ୍‌ ସହ ପ୍ରଥମ ହାପ୍‌ରେ ପୋଲାଣ୍ଡ ୧.୦ରେ ଲିଡ୍ ନେଇଥିଲା। ପରେ ଦ୍ୱିତୀୟ ରାଣ୍ଡରେ ବି ଦଳର ଖେଳାଳିମାନେ ପୂରା ସ୍ପିରିଟ୍‌ ସହ ଖେଳ ପ୍ରଦର୍ଶନ କରି ଆଉ ଏକ ଗୋଲ୍ ଦେଇଥିଲେ। ପୋଲାଣ୍ଡ କ୍ୟାପ୍ଟେନ୍ ରବର୍ଟ ଲେୱାଣ଼୍ଡୋସ୍କି ୮୨ ମିନିଟ୍‌ରେ ଏହି ଗୋଲ୍ ଦେଇଥିଲେ। ଲେୱାଣ଼୍ଡୋସ୍କିଙ୍କର ଫିଫା ଚଳିତ ବିଶ୍ୱକପର ଏହା ପ୍ରଥମ ଗୋଲ୍। ଶନିବାର ପରବର୍ତ୍ତୀ ମ୍ୟାଚ୍‌ରେ ମେକ୍ସିକୋ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ।

ସୂଚନା ଥାଉକି, ପ୍ରଥମ ମ୍ୟାଚରେ ସାଉଦି ଆରବ ଲିଓନାଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ପୂର୍ବରୁ ପୋଲାଣ୍ଡ ଏବଂ ମେକ୍ସିକୋ ମ୍ୟାଚ୍‌ ଡ୍ର’ ଭାବେ ଶେଷ ହୋଇଥିଲା। ଗ୍ରୁପ୍-ସିରେ ବର୍ତ୍ତମାନ ପୋଲାଣ୍ଡ ଦୁଇଟିରୁ ଗୋଟିଏ ବିଜୟ ଏବଂ ଗୋଟିଏ ଡ୍ର ସହିତ ୪ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଥିବା ବେଳେ ସାଉଦି ଆରବ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିଭଳି ମେକ୍ସିକୋ ଗୋଟିଏ ମ୍ୟାଚ୍‌ ଖେଳିଥିବା ବେଳେ ତାହା ଡ୍ର’ ରହିଛି। ଅନ୍ୟପଟେ ଆର୍ଜେଣ୍ଟିନା ଗୋଟିଏ ମ୍ୟାଚ୍‌ ଖେଳି ପରାଜିତ ହେବା ସହିତ ଟେବୁଲ ଶେଷରେ ରହିଛି ।

Related Articles

Back to top button